ମୁମ୍ବାଇ (ଏଟିଆର ବ୍ୟୁରୋ): ଅଭିନେତ୍ରୀ ବବି ଡାର୍ଲିଂଙ୍କୁ ନେଇ ଏକ ଖବର ଚାରିଆଡେ ହଇଚଇ ସୃଷ୍ଟି କରିଛି । ଘରୋଇ ହିଂସାକୁ ନେଇ ବବି ମୁମ୍ବାଇ କୋର୍ଟର ଦ୍ୱାରସ୍ଥ ହେବା ସହ ତାଙ୍କ ପତି ରମଣିକ ଶର୍ମାଙ୍କ ଠାରୁ ଛାଡ ପତ୍ର ପାଇଁ ଦାବି କରିଛନ୍ତି । ଆଜ୍ଞା ହଁ ନିକଟରେ ବବି ଡାର୍ଲିଂ ଅଭିଯୋଗ ଆଣିଛନ୍ତି କି ବାହାଘର ବରେ ତାଙ୍କ ସହିତ ଅପମାନଜନକ ବ୍ୟବହାର ଏବଂ ଜବରଦସ୍ତି କରାଯାଉଛି । ଖବରମୁତାବକ, ବର୍ଷ ୨୦୧୫ରେ ପଙ୍କଜ ଶର୍ମା ତାଙ୍କ ଲିଙ୍ଗ ପରିବର୍ତ୍ତନ କରି ପାଖି ଶର୍ମା ହୋଇଥିଲେ । ଯାହାଙ୍କୁ ବି-ଟାଉନରେ ବବି ଡାର୍ଲିଂ ନାମରେ ଲୋକେ ଜାଣିଥାନ୍ତି ।
ବିବିଡାର୍ଲିଂ କୋର୍ଟର ସେହି ଡିଲ୍ କୁ ମଧ୍ୟ ବାତିଲ କରିବାକୁ କହିଛନ୍ତି , ଯେଉଁଥିରେ ସେ ରମଣିକ ଶର୍ମାଙ୍କୁ ଅକ୍ଟୋବର ୨୦୧୬ ରେ ଏକ ଫ୍ଲାଟ୍ ଉପହାର ଦେଇଥିଲେ । ଏହାସହିତ ସେ କ୍ଷତିପୂରଣ ବାବଦରେ ତାଙ୍କ ପତିଙ୍କ ଠାରୁ ୨ କୋଟି ଟଙ୍କା ଦାବି କରିବା ସହ କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ବିବି ଡାଲିଁଂଙ୍କ ପକ୍ଷରୁ ଏହି ପିଟିସନ୍ ତାଙ୍କ ଓକିଲ ଭାବନା ଯାଦବ ଦାଖଲ କରିଛନ୍ତି । ଭାବନା ତାଙ୍କ ପିଟିସନ୍ ରେ ଲେଖିଛନ୍ତି ଯେ, ‘ପାଖି ଶର୍ମା ଏବଂ ରମଣିକ ଶର୍ମା ଦୁହେଁ ହିନ୍ଦୁ । ପାଖି ଶର୍ମାଙ୍କୁ ବିବି ଡାର୍ଲିଂ ନାମରେ ଲୋକେ ଚିହ୍ନିଥାନ୍ତି । ଯିଏ ଜଣେ କିନ୍ନର । ଦୁହେଁ ଫେବ୍ରୁଆରୀ ୨୦୧୬ ରେ ଭୋପାଳରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।’
ଅନ୍ୟପଟେ ବବିଙ୍କ ପତି ରମଣିକଙ୍କ ପକ୍ଷରୁ ତାଙ୍କ ଓକିଲ ଜିଜେ ରାମଚନ୍ଦାନୀ ଏବଂ ହିତେଶ ରାମଚନ୍ଦାନୀ କୋର୍ଟରେ ଜବାବ ଦାଖଲ କରି କହିଛନ୍ତି କି, ‘ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏହି ବିବାହ ଶୂନ୍ୟ ଅଟେ । ସେ କହିଛନ୍ତି କି ଭାରତୀୟ ଆଇନ୍ ରେ ଏଭଳି କେଉଁ ସ୍ଥାନରେ ବି ନାହିଁ କି କୌଣସି ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଯିବ ଏବଂ ତାଙ୍କୁ ମହିଳା ବୋଲି କୁହାଯିବ ।’