ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ମାନେ ଆମିର ଖାନ୍ । ସେ ତାଙ୍କ ନାଁ ଅନୁଯାୟୀ ସମସ୍ତ କାର୍ଯ୍ୟକୁ ପରଫେକ୍ଟ କରିବାକୁ ଚାହାଁନ୍ତି ।
୧୯୮୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ ବକ୍ସ ଅଫିସରେ ଖୁବ୍ ଧୁମ୍ ମଚାଇଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ଆମିର ଏବଂ ଜୁହି ଚାୱଲାଙ୍କୁ ଦେଖିବାକୁ ମିଳିଥିଲା । ସେହି ସମୟରେ ଆମିର ଏବଂ ଜୁହିଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । ଯେଉଁଥି ପାଇଁ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିପାରିଥିଲା ।
ସେହି ସମୟରେ ଏହି ଫିଲ୍ମ ସୁଟିଂ ସହ ଜଡିତ ଏକ ଘଟଣା ସମ୍ନାକୁ ଆସିଥିଲା । ଆଜ୍ଞା ହଁ, ଯେତେବେଳେ ଏହି ଫିଲ୍ମର ଚୁମ୍ବନ ସିନ ରେ ଆମିର ଖାନ୍ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଚୁମ୍ବନ ଦେବାକୁ ବାହାରିଲେ ସେତେବେଳେ ଅଭିନେତ୍ରୀ ସିଧାସଳଖ ମନା କରିଦେଇଥିଲେ । ଯେଉଁଥି ପାଇଁ ନର୍ଦ୍ଦେଶକ ସଂପୂର୍ଣ୍ଣ ଚିନ୍ତାରେ ରହିଥିଲେ ।
ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ରେ ଆମିର ଏବଂ ଜୁହିଙ୍କୁ ଏକ ନୂତନ ପରିଚୟ ମିଳିଥିଲା । ଦୁଇଜଣ ଯୁବ କଳାକାର ଏହି ଫିଲ୍ମ ଜରିଆରେ ଫିଲ୍ମ ଜଗତକୁ ନିଜର ଅଭିନୟରେ ପ୍ରଭାବିତ କରିଦେଇଥିଲେ । ଏହି ଫିଲ୍ମର ନିର୍ଦ୍ଦେଶକ ମନସୁନ ଖାନ୍ ଏହି ଚୁମ୍ବନ ସିନ୍ କୁ ନେଇ କହିଥିଲେ ,ଯେତେବେଳେ ଆମିର ଖାନ୍ ଅଭିନେତ୍ରୀଙ୍କୁ ଚୁମ୍ବନ ଦେବାର ଥିଲା । ସେହି ସମୟରେ ଜାଣିବାକୁ ପାଇଲି ଯେ ଅଭିନେତ୍ରୀ ଜଣଙ୍କ ଏଥି ପ୍ରତି ରାଜି ନାହାଁନ୍ତି । ଏହା ଶୁଣିଲା ପରେ ମୁଁ ଯଥାଶୀଘ୍ର ସୁଟିଂ ବନ୍ଦ କରି ସମସ୍ତଙ୍କୁ ଗୋଟେ ସ୍ଥାନରେ ବସିବା ପାଇଁ କହିଥିଲି । ପୁଣି ୧୦ ମିନିଟ୍ ପରେ ଶୁଣିବାକୁ ପାଇଲି ଯେ ଜୁହି ଏହି ଚୁମ୍ବନ ସିନ୍ ପାଇଁ ରାଜି ଅଛନ୍ତି । ତାହାପରେ ତୁରନ୍ତ ଫିଲ୍ମର ସୁଟିଂ ଆରମ୍ଭ ହୋଇ ଯାଇଥିଲା ।