ମୁମ୍ବାଇ (ଏଟିଆର ବ୍ୟୁରୋ ) ; ଶେଷରେ ଭାରତ ଫେରିବେ ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ ଖାନ । ଲଣ୍ଡନରୁ ଆସନ୍ତା ୨ ଦିନ ମଧ୍ୟରେ ମୁମ୍ବାଇ ପ୍ରତ୍ୟାବତ୍ତନ କରିବେ ଇରଫାନ । ଦୀର୍ଘ ଦିନ ହେବ ମାରାତ୍ମକ କର୍କଟ ରୋଗରେ ପୀଡିତ ଇରଫାନ ଇଣ୍ଡନରେ ଚିକିତ୍ସିତ ହେଉଥିଲେ ।
ସେ କର୍କଟ ଭଳି ମାରାତ୍ମକ ରୋଗ ସହ କିଛି ମାସ ଲଢେଇ କରି ଶେଷରେ ସୁସ୍ଥ ହୋଇଛନ୍ତି । ତାଙ୍କ ଭାରତ ଅସିବା ପରେ ସେ ଫିଲ୍ମ ଦୁନିଆକୁ ପୁଣି ଫେରିବେ ବୋଲି ଆଶା କରାଯାଉଛି । ପୁଣି ଅଭିନୟ ଜଗତରେ ସକ୍ରିୟ ହୋଇ ସେ ବହୁ ଚଳଚିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ନୂଆ ସିନେମା ହିନ୍ଦୀ ମିଡିଅମ – ୨ ର ସୁଟିଂ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେଉଥିବା ବେଳେ ପିଲ୍ମ ସୁଟିଂ ନେଇ ଇରଫାନ ଙ୍କ ସହ ଫିଲ୍ମ ନିର୍ମାତା ଲଣ୍ଡନରେ ଯାଇ କଥା ହୋଇସାରିଛନ୍ତି । ତେବେ ଏହି ଡିସେମ୍ବର ମାସରୁ ହିଁ ଇରଫାନ ସିନେମା କାମରେ ଲାଗିପଡିବେ ବୋଲି ଚର୍ଚ୍ଚା ହେଉଛି ।
ଇରଫାନଙ୍କ ଭାରତ ଅଗମନ ଖବର ଜାଣି ତାଙ୍କ ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ଏବେ ଖୁସୀ ଦେଖାଯଇଛି । ଇରଫାନ ସବୁ ବେଳେ ନିଜ ସିନେମାରେ ଓଜନଦାର ଓ ଅନନ୍ୟ ଚରିତ୍ରରେ ନଜରରେ ଆସିଥାନ୍ତି । ସେ ନିଜ ଅଭିନୟ ପାଇଁ ବହୁଥର ପୁରସ୍କାର ମଧ୍ୟ ଜିତିସାରିଛନ୍ତି । ଏହାସହ ତାଙ୍କ ନାମକୁ ବଲିଉଡ ଆଗଧାଡି କଳାକାର ମାନଙ୍କ ସହ ଯୋଡା ଯାଇଥାଏ । ବଲିଉଡ ବ୍ୟତିତ ହଲିଉଡ ଫିଲ୍ମରେ ମଧ୍ୟ ସେ ଅଭିନୟ କରିସାରିଛନ୍ତି । କର୍ଳଟ ରୋଗରେ ଆକ୍ରାନ୍ତ ସୂଚନା ଖୋଦ ଇରଫାନ ହିଁ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ସାଧାରଣକୁ ଜଣାଇଥିଲେ ।