ମୁମ୍ବାଇ(ଏଟିଆର ବ୍ୟୁରୋ): ଦୁନିଆରେ କାହାକୁ ବା ନିଜର ଅପମାନ ସହିବାକୁ ଭଲଲାଗେ । ସାଧାରଣ ରସ୍ତାରେ ଯାଉଥିଲା ବେଳେ ଯଦି କିଏ ଖରାପ କମେଂଟ ମାରିଦିଏ । ସେତେବେଳେ ରକ୍ତ ପୂରା ଗରମ ହୋଇଯାଏ । କିନ୍ତୁ ବଲିଉଡର କିିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଫଟୋରେ ଲୋକେ ଖରାପ କଂମେଟ କଲେ ବି ତାଙ୍କର କୌଣସି ଫରକ ପଡେ ନାହିଁ । ବରଂ ଅଧିକ ଖୁସି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ବଲିଉଡର କେଉଁ କେଉଁ ଅଭିନେତ୍ରୀଙ୍କୁ ଲୋକଙ୍କ ଅଶ୍ଲୀଳ କଂମେଟ ଅଧିକ ଖୁସି ଦେଇଥାଏ ।
ମଲାଇକା ଅରୋରା: ନିଜର ଭଲ ଶରୀର ପାଇଁ ଘଂଟା ଘଂଟା ଧରି ଜିମରେ ସମୟ ବିତାଉଥିବା ମଲାଇକାଙ୍କୁ ଯଦି କେହି ଖରାପ କମେଂଟ କରିଥାନ୍ତି ତେବେ ସେ ରାଗିବା ବଦଳରେ ଖୁସି ହୋଇଥାନ୍ତି । ତାଙ୍କର କହିବାନୁଯାୟୀ,ଯଦି ଭଲ ଶରୀର ପାଇଁ ଏତେ ପରିଶ୍ରମ କରୁଛି ତେବେ କୌଣସି କଂମେଟ ରେ କିଛି ଅସୁବିଧା ନାହିଁ ।
ଶର୍ଲିନ ଚୋପ୍ରା: ନିକଟରେ ଶର୍ଲିନ ଏକ ଟେଡି ବିୟର ଧରି ନ୍ୟୁଡ ଫଟୋ ସୁଟ କରିଥିବାର ନଜର ଆସିଥିଲେ । ଯେଉଁଥିପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଅନେକ ଖରାପ କମେଂଟ କରିଥିଲେ । କିନ୍ତୁ ଏଥିପାଇଁ ଶର୍ଲିନଙ୍କି କୌଣସି ପ୍ରଭାବ ପଡୁ ନାହିଁ ।
ପୁନମ ପାଣ୍ଡେ: ସବୁବେଳେ ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରି ଚର୍ଚ୍ଚାରେ ରହୁଥିବା ପୁନମ ପାଣ୍ଡେଙ୍କୁ କୌଣସି କମେଂଟର ଫରକ ପଡେ ନାହିଁ । ତାଙ୍କ କହିବାନୁଯାୟୀ , ତାଙ୍କୁ ଭଲ ଲାଗେ ଯଦି କେହି ତାଙ୍କ ଶରୀରକୁ ନେଇ କମେଂଟ କରିଥାନ୍ତି ।
ଅମିଶା ପଟେଲ: ହୁଏତ ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ଅମିଶାଙ୍କୁ ଦେଖିବାକୁ ମିଳୁ ନାହିଁ । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ବୋଲ୍ଡ ଫଟୋ ପାଇଁ ସେ ଖୁବ୍ ଚର୍ଚ୍ଚାରେ । ନିକଟରେ ଅମିଶାଙ୍କର ଏକ ବିକିନି ଫଟୋ ପାଇଁ ଲୋକେ ଅନେକ ଅଶ୍ଲୀଳ କମେଂଟ କରିଥିଲେ ଏବଂ କହିଥିଲେ ଯେ ଅମିଶା ତାଙ୍କ କାମ ପାଇଁ ନିଜ ଶରୀରରୁ ବସ୍ତ୍ର ଖୋଲିବାକୁ ମଧ୍ୟ ପ୍ରସ୍ତୁତ । ସେଥିପାଇଁ ଅମିଶା କହିଥିଲେ ଯେ ,ଯେଉଁ ଦିନ ମୁଁ ଆପଣଙ୍କୁ ଉପଦେଶ ମାଗିବି ସେହିଦିନ ଦେବେ । ବର୍ତ୍ତମାନ ପାଇଁ ଧନ୍ୟବାଦ ।
ରାକ୍ଷୀ ସାୱନ୍ତ: ବଲିଉଡରେ ରାକ୍ଷୀଙ୍କୁ ବା କିଏ ନ ଜାଣେ । ନିକଟରେ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥି ପାଇଁ ୟୁଜର୍ସ ମାନେ ତାଙ୍କୁ ଅଶ୍ଲୀଳ କଂମେଟ ଦେବା ସହ ଗାଳି ଗୁଲଜ କରିଥିଲେ । ତାପରେ ମଧ୍ୟ ରାକ୍ଷୀଙ୍କୁ କୌଣସି ଫରକ ପଡୁନି ।