ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଗାୟକ ସୋନୁ ନିଗମ ଏବେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଏନେଇ ନିଜେ ସୋନୁ ତାଙ୍କ ସୋସିଆଲ ମିଡିଆରେ ଫଟୋ ସେୟାର କରି ତାଙ୍କ ରୋଗର ଖୁଲାସା କରିଛନ୍ତି ।
ସୋନୁ ନିଗମ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟେ ଫଟୋରେ ସୋନୁଙ୍କ ଆଖି ଫୁଲିଥିବା ବେଳେ ଅନ୍ୟ ଏକ ଫଟୋରେ ସୋନୁ ଅକ୍ସିଜେନ୍ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଫ୍ୟାନ୍ସମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ପ୍ରକୃତରେ ସି-ଫୁଡ୍ ଖାଇବା ଦ୍ୱାରା ସୋନୁଙ୍କର ଏଭଳି ଅବସ୍ଥା ହୋଇଛି । ସେ ଏହାକୁ ନେଇ କହିଛନ୍ତି କି, ‘ ସି-ଫୁଡ୍ ଖାଇବା ଦ୍ୱାରା ଏଭଳି ହୋଇଛି । ଠିକ୍ ସମୟରେ ହସ୍ପିଟାଲରେ ନ ପହଁଚିଥିଲେ ପରିସ୍ଥିତି ବିଗିଡି ଯାଇଥାନ୍ତା ।’
ଏକ ଭିନ୍ନ ପ୍ରକାରର ସଂକ୍ରମଣର ଶିକାର ହୋଇଛନ୍ତି ସୋନୁ । ଏବେ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି । ସେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସହ ତାଙ୍କ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୋନୁ ନିଗମ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ଧନ୍ୟବାଦ । ଏଥିରୁ ଗୋଟେ ଜିନିଷ ଶିଖିବାକୁ ମିଳୁଛି କି କେବେ ବି କୌଣସି ସଂକ୍ରମଣକୁ ଅଣଦେଖା କରିବା ଉଚିତ୍ ନୁହେଁ । ମୋତେ ସି-ଫୁଡ୍ ସଂକ୍ରମଣ ହୋଇଛି । ଯଦି ଠିକ୍ ସମୟରେ ହସ୍ପିଟାଲ ଯାଇନଥାନ୍ତି ତେବେ ଏହି ରୋଗ ଅଧିକ ବଢିଯାଇଥାନ୍ତା । ଏହାସହିତ ମୋ ଶ୍ୱାସନଳୀ ଫୁଲିଯିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥାନ୍ତା ।