ମୁମ୍ବାଇ (ଏଟିଆର ବ୍ୟୁରୋ): ଆଫେୟାର, ବାହାଘର ଏବଂ ଛାଡପତ୍ର ଏହି ତିନୋଟି ଶଦ୍ଧ ବଲିଉଡ ପାଇଁ କିଛି ବଡ କଥା ନୁହେଁ । କେତେବେଳେ କିଏ କେଉଁ ମୋଡରେ ପହଞ୍ଚେ ତାହା କହି ହୁଏ ନାହିଁ । ସେଲିବ୍ରିଟିଙ୍କ ଆଜି ବାହାଘର ହେଲେ କାଲି ଛାଡପତ୍ର ହୋଇଯାଇଥାଏ । ସେଥିପାଇଁ ସେମାନଙ୍କ ପାଇଁ ଏହି ଛାଡପତ୍ର ଶଦ୍ଧ ସାଧାରଣ ଭଳି ଲାଗିଥାଏ । ତେବେ ଆସନ୍ତୁ ନଜର ପକାଇବା ବଲିଉଡି କିଛି ଏଭଳି କଳାକାରମାନଙ୍କ ଉପରେ ଯେଉଁମାନେ ନିଜ ପତ୍ନୀକୁ ଛାଡି ପ୍ରେମିକା ସହ ବୁଲିବାର ନଜର ଆସୁଛନ୍ତି ।
ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ବଲିଉଡର ହ୍ୟାଣ୍ଡସମ୍ ଅଭିନେତା ଅର୍ଜ୍ଜୁନ ରାମପାଲ । ଏବେ ସେ ତାଙ୍କର ଫିଲ୍ମକୁ ନେଇ ନୁହେଁ ଲଭଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ଷ ୧୯୯୮ରେ ଅର୍ଜ୍ଜୁନ ତାଙ୍କ ଦୁଇ ବର୍ଷ ବଡ ସୁପର ମଡେଲ ମେହେର ଜୋସିୟାଙ୍କୁ ବିବାହ କରିଥିଲେ । ଗତ କିଛି ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ଖିଟ୍ ପିଟ୍ ଚାଲୁଥିବାରୁ ଏବେ ଦୁହେଁ ଅଲଗା ହେବାକୁ ନିଷ୍ପତି ନେଇସାରିଛନ୍ତି । ଏବେ ଅର୍ଜ୍ଜୁନ ସାଉଥ ଆଫ୍ରିକାର ଜଣେ ମଡେଲ ଗ୍ୟାବରିଲାଙ୍କ ସହ ଡେଟ୍ କରୁଛନ୍ତି ।
ଫରହାନ୍ ଅଖତାରଙ୍କ ନାଁ ବି ଏହି ତାଲିକାରେ ଯୋଡି ହୋଇଛି । ବର୍ଷ ୨୦୦୦ରେ ସେ ଅଧୁନା ଭବାନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାହାଘରର ୧୭ ବର୍ଷ ପରେ ଏହି ବାହାଘର ଏକ ଅଜଣା ସମ୍ପର୍କରେ ବଦଳି ଯାଇଛି । ଫରହାନ୍ ଏବଂ ଅଧୁନା ଗତ ଦୁଇ ବର୍ଷ ହେବ ଅଲଗା ହୋଇ ରହୁଛନ୍ତି । ଅଧୁନାଙ୍କୁ ଛାଡିବା ପରେ ଫରାହାନ୍ ଗାୟିକା ଶିବାନୀ ଦାଣ୍ଡେକରଙ୍କ ସହ ଥିବା ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ଫରାହାନ୍ ଏବଂ ଶିବାନୀଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବଲିଉଡ ଅଭିନେତା ଅରବାଜ୍ ଖାନ୍ ମଧ୍ୟ ଏଥିରେ ସାମିଲ ଅଛନ୍ତି । ମଲାଇକାଙ୍କଠାରୁ ଅଲଗା ହେବା ପରେ ତାଙ୍କ ନାଁ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ଯୋଡି ହୋଇଯାଇଛି । ଦୁହେଁ ଅନେକ ସମୟରେ ଏକାଠି ନଜର ଆସନ୍ତି । ମଲାଇକାଙ୍କ ସହ ୧୬ ବର୍ଷ ରହିବା ପରେ ଏବେ ଅରବାଜ୍ ଜର୍ଜିୟାଙ୍କ ସହ ସମ୍ପର୍କରେ ଅଛନ୍ତି ।
ଏହି ତାଲିକାରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ମଧ୍ୟ ସାମିଲ ଅଛନ୍ତି । ଫିଲ୍ମ ‘ଦେବ ଡି’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କଲ୍କି କୋଚଲିନ୍ ଙ୍କୁ ୨୦୧୧ରେ ଅନୁରାଗ ବାହାହୋଇଥିଲେ । ବାହାଘରର ଚାରି ବର୍ଷ ମଧ୍ୟରେ ଦୁହିଁଙ୍କ ଭିତରେ ଛାଡପତ୍ର ହୋଇଯାଇଥିଲା । ଏବେ ସେ ତାଙ୍କ ପ୍ରେମିକା ଶୁଭାନା ସେଟ୍ଟୀଙ୍କ ପାଇଁ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ।
ଅଭିନେତ୍ରୀ ମଲାଇକା ଅରୋରା ବିବାହର ୧୬ ବର୍ଷ ପରେ ପତି ଅରବାଜ୍ ଖାଁଙ୍କ ଠାରୁ ଏବେ ଅଲଗା ହୋଇଯାଇଛନ୍ତି । ଛାଡପତ୍ର ପରେ ମଲାଇକା ଏବେ ଅଭିନେତା ଅର୍ଜ୍ଜୁନ କପୁରଙ୍କ ସହ ସମ୍ପର୍କରେ ଅଛନ୍ତି । ଅନେକ ସ୍ଥାନରେ ଦୁହେଁ ଏକାଠି ସ୍ପଟ୍ ମଧ୍ୟ ହୋଇଛନ୍ତି ।