ମୁମ୍ବାଇ (ଏଟିଆର ବ୍ୟୁରୋ): ଆସନ୍ତା ୧୫ ତାରିଖ ଠାରୁ ବହୁ ଚର୍ଚ୍ଚିତ ସିନେମା ଛପାକର ପ୍ରଦର୍ଶନ ଉପରେ ରୋକ ଲାଗିପାରେ । ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ କରିଥିବା ପିଟିସନ ଉପରେ ରୋକ ଲାଗିପାରେ ।ଅପର୍ଣ୍ଣା ଅପିଲ କରିଥିଲେ କି ସେ ଦୀର୍ଘଦିନ ହେଲା ଲକ୍ଷ୍ମୀଙ୍କ ପାଇଁ କେସ ଲଢି ଆସୁଛନ୍ତି । ମାତ୍ର ଏହି ସିନେମାଟି ଲକ୍ଷ୍ମୀଙ୍କ ଜୀବନ କାହାଣୀକୁ ନେଇ ଆଧାରିତ ହୋଇଥିଲେ ମଧ୍ୟ ତାଙ୍କୁ ସିନେମାରେ କୌଣସି ଶ୍ରେୟ ଦିଆଯାଇନାହିଁ ।
ଏନେଇ ସେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସିନେମାରେ ରୋକ ଲଗାଇବା ପାଇଁ ପିଟିସନ ଦାୟର କରିଥିଲେ । ତେବେ ଏହାକୁ ନେଇ ପଟିଆଲା କୋର୍ଟ ନିର୍ଦେଶ ଦେଇଛନ୍ତି ଯଦି ଏହି ସିନେମାରେ ଅପର୍ଣ୍ଣାଙ୍କ ନାମକୁ ସାମିଲ ନକରାଯାଏ ତେବେ ଆସନ୍ତା ୧୫ ତାରିଖରୁ କୌଣସି ମଲ୍ଟିପ୍ଲେକ୍ସରେ ସିନେମା ଚାଲି ପାରିବ ନାହିଁ । ଅନ୍ୟପଟେ ଏହି ନିର୍ଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦେଇଛି ପ୍ରଡକ୍ସନ ହାଉସ ।