ମୁମ୍ବାଇ (ଏଟିଆର ବ୍ୟୁରୋ): ନିକଟରେ ଦୀପଭୀର୍ ମାନେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବାହାଘର ସମ୍ପନ୍ନ ହୋଇସାରିଛି । କୋଙ୍କଣୀ ଏବଂ ସିନ୍ଧି ପରମ୍ପରା ଅନୁଯାୟୀ ଏବେ ଦୁହେଁ ପତି-ପତ୍ନୀ । ବାହାଘର ପରେ ଦୁହିଁଙ୍କ ପାଇଁ ଶୂଭେଚ୍ଛାର ଶୁଅ ଛୁଟିଛି । ବଲିଉଡଠାରୁ ଆରମ୍ଭ କରି ବିଭିନ୍ନ ମହଲ ତଥା ବଡ ବଡ ବ୍ରାଣ୍ଡର କମ୍ପାନୀ ତରଫରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ସେଥିମଧ୍ୟରୁ ଡ୍ୟୁରେକ୍ସ ତରଫରୁ କରାଯାଇଥିବା ଶୁଭେଚ୍ଛାକୁ ଫ୍ୟାନ୍ସମାନେ ଅଧିକ ପସନ୍ଦ କରିଛନ୍ତି ।
ଆଜ୍ଞା ହଁ, ଦୀପଭୀର୍ଙ୍କ ବାହାଘର ପରେ ତାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛା ଆସୁଥିବା ବେଳେ ଏବେ ସୋସିଆଲ ମିଡିଆରେ କଣ୍ଡୋମ ବ୍ରାଣ୍ଡ ଡ୍ୟୁରେକ୍ସର ଶୁଭେଚ୍ଛା ଭାଇରାଲ ହେବାରେ ଲାଗିଛି । ରଣବୀର ସିଂ ଇଣ୍ଡଷ୍ଟ୍ରିର ମେନଷ୍ଟ୍ରିମ୍ ଅଭିନେତା ଯିଏ ଜଣେ କଣ୍ଡୋମ ବ୍ରାଣ୍ଡର ଆମ୍ବାସାଡାର । ସେଥିଲାଗି ଡ୍ୟୁରେକ୍ସ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡାରଙ୍କୁ ନିଆରା ଢଙ୍ଗରେ ବାହାଘରର ଶୁଭେଚ୍ଛା ଜଣା ଯାଇଛି । ଡ୍ୟୁରେକ୍ସର ଏହି ଶୁଭେଚ୍ଛାକୁ ନେଇ ଫ୍ୟାନ୍ସମାନେ ଅନେକ ମଜାଳିଆ କମେଂଟ ପୋଷ୍ଟ କରୁଛନ୍ତି ।
We've got you covered. 😉 #DeepVeer #DeepVeerKiShaadi pic.twitter.com/eRL4MnSEXC
— Durex India (@DurexIndia) November 14, 2018
ସେହିପରି ଅମୂଲ ଏବଂ କୋଟାକ୍ ମହେନ୍ଦ୍ରା ପକ୍ଷରୁ ମଧ୍ୟ ଦୀପଭୀର୍ ଙ୍କୁ ଶୁଭେଚ୍ଛା ଜଣା ଯାଇଛି ।
#Amul Topical: Bollywood superstars tie the knot! pic.twitter.com/4shuZSaFmt
— Amul.coop (@Amul_Coop) November 14, 2018
As a thousand hearts break, a thousand more celebrate. Bollywood has just got a new bridegroom in the nation's heartthrob, Ranveer Singh! We wish him the best on this wonderful journey and invite India to celebrate the wedding of the year. 811 celebrates 15.11#BankBaajaBaraat pic.twitter.com/UcC6oZHmIV
— Kotak Mahindra Bank (@KotakBankLtd) November 10, 2018