ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂଙ୍କ ବାହାଘର ପରେ ଦୁହେଁ ସର୍ବଦା ଏକାଠି କିଛି ନା କିଛି ଇଭେଣ୍ଟରେ ନଜର ଆସନ୍ତି । ନିକଟରେ ଦୁହେଁ ଫେମିନା ବ୍ୟୁଟି ଆୱାର୍ଡସରେ ସାମିଲ ହୋଇଥିଲେ । ଏହାସହିତ ଦୁହେଁ ମନଖୋଲି ସେମାନଙ୍କ ବୈବାହିକ ଜୀବନ ବିଷୟରେ କହିଥିଲେ । ଏପରିକି ତାଙ୍କ ବେଡରୁମ୍ ସିକ୍ରେଟ କଥା ବି ଦୀପିକା କହିଥିଲେ ।
ଦୀପିକା ପାହୁକୋନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀରଙ୍କ ସିଂହଙ୍କ ବ୍ୟୁଟି ସିକ୍ରେଟ ବିଷୟରେ ଦୀପିକାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଦୀପିକା କହିଥିଲେ କି, ‘ଟଏଲେଟ, ଗାଧୋଇବା ଏବଂ ପ୍ରସ୍ତୁତ ହେବାରେ ରଣବୀର ଅନେକ ସମୟ ନେଇଥାନ୍ତି । ଏହାସହିତ ସେ ବେଡ୍ ରେ ବି ଅନେକ ସମୟ ଲଗାନ୍ତି । ଦୀପିକାଙ୍କ ଏହି ଉତ୍ତରରେ ଲୋକେ ହସିବାରେ ଲାଗିଥିଲେ । ଏହାପରେ ଦୀପିକା କଥାକୁ ମ୍ୟାନେଜ କରି କହିଥିଲେ ଯେ ମୋର କହିବାର ଅର୍ଥ ହେଉଛି ରଣବୀର ବେଡ୍ କୁ ଶୋଇବା ଲାଗି ଯିବା ପାଇଁ ଅନେକ ସମୟ ଲଗାନ୍ତି ।’
ଆୱାର୍ଡ ଫଙ୍କସନରେ ରଣବୀରଙ୍କ ଡ୍ରେସିଂ ସେନ୍ସ ଉପରେ ମଧ୍ୟ ଦୀପିକା କହିଥିଲେ । ସେ କହିଥିଲେ କି, ଯେତେବେଳେ ବି ରଣବୀର କୁଆଡେ ଯିବା ପାଇଁ ଡ୍ରେସ ବାଛନ୍ତି ପ୍ରଥମେ ସେ ମୋତେ ଦେଖାନ୍ତି । ମୁଁ କହିଲା ପରେ ଯାଇ ସେ ଡ୍ରେସ ପିନ୍ଧନ୍ତି ।
ଏହି ଆୱାର୍ଡ ସୋ’ରେ ଦୀପିକା ଏବଂ କଳା ରଙ୍ଗର ଗାଉନ୍ ପିନ୍ଧିଥିଲେ । ସେହିପରି ରଣବୀର କପୁର ଏକ କଲରଫୁଲ ସୁଟ୍ ରେ ନଜର ଆସିଥିଲେ । ଏଥିରେ ଦୀପିକାଙ୍କୁ ଫେମିନା ଓମେନ ଅଫ୍ ଦି ଇୟର ଆୱାର୍ଡ ମିଳିଥିଲା ।