ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡି ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂ ମାନେ ଦୀପଭୀର୍ ଆଜିକାଲି ତାଙ୍କ ବାହାଘରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଦୁହିଁଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । କେବଳ ବାହାଘରର ଫଟୋ ନୁହେଁ ବରଂ ମେହେନ୍ଦୀ ଏବଂ ସଙ୍ଗୀତ ଆଦିର ଫଟୋ ମଧ୍ୟ ସେୟାର କରାଯାଇଛି । ଯାହାକୁ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି । ଗୋଟେ ପଟେ ୟୁଜର୍ସ ଦୀପିକାଙ୍କ ବାହାଘର ଫଟୋକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟେ ତାଙ୍କର ରିସେପସନ୍ ଫଟୋକୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ପ୍ରକୃତରେ ବେଙ୍ଗାଲୁରୁରେ ହୋଇଥିବା ରିସେପସନ୍ ପାର୍ଟିରେ ଦୀପିକା ଏକ କାଞ୍ଜିବରମ୍ ସାଢି ପିନ୍ଧି ଥିଲେ । ଏହାସହିତ ଭାରିଭରକମର ଅଳଙ୍କାର ଏବଂ ମଥାରେ ଲାଲ ରଙ୍ଗର ସିନ୍ଦୁର ସହ ବିନ୍ଦି ପିନ୍ଧି ସମ୍ପୂର୍ଣ୍ଣ ସଜେଇ ହୋଇଥିଲେ ଦୀପିକା । ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଦୀପିକାଙ୍କୁ ଅନୁଷ୍କାଙ୍କ ସହ ତୁଳନା କରିଦେଇଥିଲେ ।
ଦୀପିକାଙ୍କ ଏହି ଲୁକ୍ ଫ୍ୟାଶନ଼ ଡିଜାଇନର ସବ୍ୟସାଚୀ ମୁଖାର୍ଜି ଡିଜାଇନ୍ କରିଥିଲେ । ଏହିଭଳି ଲୁକ୍ ଅନୁଷ୍କା ମଧ୍ୟ ତାଙ୍କ ଦିଲ୍ଲୀ ରିସେପସନ୍ ରେ ନଜର ଆସିଥିଲେ । ଯେଉଁଥିରେ ଦୁହେଁ ପ୍ରାୟତଃ ଏକାଭଳି ଦିଶୁଛନ୍ତି । ଏହି କାରଣରୁ ଲୋକ ଦୀପିକାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
ଦୀପିକାଙ୍କ ଏହି ଶାଢୀକୁ ତାଙ୍କ ମା’ ଉପହାର ଦେଇଥିଲେ । ଯାହା ସେ ଅଙ୍ଗାଦୀ ଗୌଲାରିଆରୁ ଆଣିଥିଲେ । କିନ୍ତୁ ଏହାର ପୂରା ଶ୍ରେୟ ସବ୍ୟସାଚୀ ନେଇଥିଲେ । ପରେ ସେ ଏକ ପୋଷ୍ଟ ଜରିଆରେ କହିଥିଲେ କି ସେ ଏହି ଶାଢୀ ଡିଜାଇନ୍ କରି ନାହାନ୍ତି ବରଂ କିଛି ହାଲୁକା ପରିବର୍ତ୍ତନ କରିଛନ୍ତି । ଏହି ପୋଷ୍ଟ ପରେ ଲୋକେ ତାଙ୍କୁ ବି ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ।