ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେଲିଭିଜନ ଦମ୍ପତ୍ତି ଦୀପିକା କକ୍କର ଓ ଶୋଏବ ଇବ୍ରାହିମଙ୍କ ଘରେ ଖୁସୀର ମାହୋଲ । ମାତା-ପିତା ହେଲେ ଦୀପିକା-ଶୋଏବ । ଦୀପିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ତଥା ଅଭିନେତା ଶୋଏବ ସୂଚନା ଦେଇଛନ୍ତି ।
ଘରକୁ କୁନି ଅତିଥି ଆସିବା ନେଇ ଦୀପିକା ଓ ଶୋଏବ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଅପଡେଟ କରି ଲେଖିଛନ୍ତି କି, ‘ଆଲହାମଦୁଲିଲା’ ୨୧ ଜୁନ୍ ୨୦୨୩ ସକାଳେ ଆମ ଘରେ ଏକ ପୁତ୍ର ସନ୍ତା ଜନ୍ମ ନେଇଛି । ଏହା ପ୍ରିମ୍ୟାଚ୍ୟୁର ଡେଲିଭରି । ଭୟଭିତ ହେବାର କିଛି ନାହିଁ । ଦୁହେଁ ସୁସ୍ଥ ଏବଂ ଠିକ୍ ଅଛନ୍ତି । କେବଳ ପ୍ରର୍ଥନା ଓ ଆର୍ଶୀବାଦ କରନ୍ତୁ ।