ମୁମ୍ବାଇ (ଏଟିଆର ବ୍ୟୁରୋ); କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି । କୌଣସି କାମ ନଥାଇ ବିନା କାରଣ ବାହାରେ ବୁଲୁଥିବାରୁ ତାଙ୍କ ଉପରେ ଚାର୍ଜ ଲାଗୁ କରାଯାଇଛି ।
ନିକଟରେ ଦିଶା ପଟ୍ଟାନୀ ଏବଂ ଟାଇଗୀ ଶ୍ରଫଙ୍କ ଗାଡିକୁ ଅଟକାଇଥିଲେ ପୋଲିସ । ଏବେ ପୁଣି କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ପୋଲିସ ଟାଇଗରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନାଯୋଗ୍ୟ, ମୁମ୍ବାଇରେ ଦିନ ୨ଟା ପରେ ବିନା କୌଣସି କାମରେ ବାହାରେ ବୁଲିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଟାଇଗର ଶ୍ରଫ ବିନା କାରଣରେ ସନ୍ଧ୍ୟା ସମୟରେ ବୁଲୁଥିବାର ଧରାପଡିଛନ୍ତି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି କି, ଟାଇଗରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।