ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ବଲିଉଡ ଡ୍ରିମଗର୍ଲ ହେମାମାଳିନୀଙ୍କର ଜନ୍ମଦିନ । ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି ହେମା । ସେ ବଲିଉଡର ଜଣେ ସୁନ୍ଦରୀ ଅଦାକାରା , ଯିଏ ନୃତ୍ୟ ଏବଂ ଅଭିନୟରେ ସଫଳ ହାସଲ କରିଛନ୍ତି । ବହୁମୁଖୀ ପ୍ରତିଭାଶାଳୀ ହେମାଙ୍କର ଜନ୍ମ ଅକ୍ଟୋବର ୧୬, ୧୯୪୮ ମାଦ୍ରାସର ଅମ୍ମନକୁଡି ଜିଲ୍ଲାରେ ହୋଇଥିଲା । ହେମାଙ୍କ ମା’ ଜୟା ଚକ୍ରବର୍ତ୍ତି ଜଣେ ଫିଲ୍ମ ନିର୍ମାତା ଥିଲେ । ସେଥିପାଇଁ ହେମା ଅଭିନୟ ପ୍ରତି ଇଛୁକ ହୋଇଥିଲେ । ପ୍ରଥମେ ସେ ନାଟକ ଯୋଗେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ୧୯୬୮ ରେ ଫିଲ୍ମ ‘ସପେନୋ କା ସୌଦାଗର’ ରେ ତାଙ୍କୁ ରାଜକପୁରଙ୍କ ବିପରୀତରେ କାମ କରିବାକୁ ସୁଯୋଗ ମିଳିଥିଲା । ଏହି ଫିଲ୍ମରେ ହେମାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହାପରେ ହେମା ଧୀରେ ଧୀରେ ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିଥିଲେ । ସେହିପରି ୧୯୭୫ ମସିହାରେ ରିଲିଜ୍ ହୋଇଥିବା ‘ସୋଲେ’ ଫିଲ୍ମ ରେ ହିମାଙ୍କ ବାସନ୍ତି ଚରିତ୍ର ଆଜି ବି ଦର୍ଶକଙ୍କ ମଧ୍ୟରେ ମଶୁର । ଏହାସହିତ ଧାରାବାହିକ ନୁପୁର ଏବଂ ମୋହିନୀର ନିର୍ଦ୍ଦେଶନା ହେମା ଦେଇଥିଲେ ।
ପାଖାପାଖି ୧୫୦ ଫିଲ୍ମରେ ଅଭିନୟ କରିବା ପରେ ହେମା ରାଜନୀତି ମୁହାଁ ହୋଇଥିଲେ । ଏହାପରେ ସେ ୨୦୦୪ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୧୪ ରେ ତାଙ୍କୁ ମଥୁରା ଲୋକସଭା ସାଂସଦ ଭାବେ ବଛାଯାଇଥିଲା ।