ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲି ଅଭିନେତ୍ରୀ ହିନା ଖାନ୍ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତିି । ହିନା ଏବେ ଏକତା କପୁରଙ୍କ ସୋ’ ‘କସୌଟି ଜିନ୍ଦେଗିକି’ରେ ଖଳନାୟିକା ଭୂମିକାରେ ଅଭିନୟ କରୁଛନ୍ତି । ପରଦାରେ ଭ୍ୟାମ୍ପ ଭୂମିକାରେ ନଜର ଆସୁଥିବା ହିନା ତାଙ୍କ ଅସଲ ଜୀବନରେ ବୁଲିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ସେଥିପାଇଁ ସେ ଅନେକ ସମୟରେ ଛୁଟି କଟାଇବା ପାଇଁ ତାଙ୍କ ବୟଫ୍ରେଣ୍ଡ ରକିଙ୍କ ସହ ମିଶି ବାହାରକୁ ବୁଲିବା ପାଇଁ ଯାଇଥାନ୍ତି । ଏହାର ଫଟୋ ବି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ।
ନିକଟରେ ହିନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ହୋଲି ସ୍ୱାଗର ଏକ ଫଟୋ ସେୟାର କରିଛନ୍ତି । ପ୍ରକୃତରେ ସେ ଏହି ଫଟୋରେ ‘କସୌଟି ଜିନ୍ଦେଗି କେ’ର କୋମଲିକା ଲୁକ୍ ରେ ନଜର ଆସିଛନ୍ତି । ସୋ’ର ହୋଲି ଉତ୍ସବରେ ହିନା ଖୁବ୍ ହୋଲି ମସ୍ତି କରିବା ସହ ତାଙ୍କୁ ଏହି ଅବତାରରେ ଦେଖିବାକୁ ମିଳିଛି ।
ମାତ୍ର ସୋସିଆଲ ମିଡିଆରେ ଟ୍ରୋଲ କରିବା ପାଇଁ ୟୁଜର୍ସଙ୍କୁ କେବଳ ବାହାନା ହିଁ ଦରକାର । ହିନାଙ୍କ ଏହି ଫଟୋକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି କି, ହିନା ତୁମେ ନିଜ କିଣା ଡ୍ରେସ ବି ତ ପିନ୍ଧ । ମାଗଣା ଖାଇବାରେ ତ ତୁମକୁ ବହୁତ ମଜା ଆସୁଛି ।
ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି, ତୁମ ଭିତରେ ବହୁତ ଘମଣ୍ଡ ଅଛି, ସେଥିପାଇଁ ମୁଁ ତୁମକୁ ପସନ୍ଦ କରେ ନାହିଁ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏତେ ମେକଅପ ନେଇ ବି ତୁମେ ଭଲ ଦେଖା ଯାଉ ନାହଁ । ଯଦି ଦମ୍ ଅଛି ବିନା ମେକଅପ୍ ରେ ଫଟୋ ପୋଷ୍ଟ କର..ମେକଅପ୍ ଦୋକାନ ।
ନିକଟରେ ହିନାଙ୍କୁ ଭର୍ସାଟାଇଲ ଟେଲିଭିଜନ ଅଭିନେତ୍ରୀ ଅଫ୍ ଦି ଇୟର ଆୱାର୍ଡରେ ସମ୍ମାନିତ କରାଯାଇଛି । ଏନେଇ ନିଜେ ହିନା ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ ।