ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଟ୍ୟାଲେଣ୍ଟେଡ ଅଭିନେତା ରଣବୀର ସିଂ ଆଜି ୩୪ ବର୍ଷରେ ପାଦ ଥାପିଛନ୍ତି । ତାଙ୍କର ପୂରା ନାମ ହେଉଛି ରଣବରୀ ସିଂ ଭବନାନୀ । ବଲିଉଡକୁ ଆସିବା ପୂର୍ବରୁ ସେ ତାଙ୍କର ସରନେମକୁ ହଟାଇ ଦେଇଥିଲେ । କେବଳ ଏତିକି ନୁହେଁ ସେ ତାଙ୍କର ନାଁ ମଧ୍ୟ ବଦଳେଇବାକୁ ଚାହୁଁଥିଲେ । ଅଭିନେତା ଅନିଲ କପୁରଙ୍କ ସଂପର୍କିୟ ହେଉଛନ୍ତି ରଣବୀର । ସେ ତାଙ୍କ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଯାହାକୁ ଦେଖିଲା ପରେ ଝିଅମାନଙ୍କର ହାର୍ଟ ବିଟ୍ ବଢି ଯାଇଥାଏ ।
ଫିଲ୍ମ କ୍ୟାରିୟର ପାଇଁ ରଣବରୀଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡିଥିଲା । ଏକ ଇଂଟରଭ୍ୟୁରେ ରଣବରୀଙ୍କ କହିବାର ଥିଲା କି , ସେ ମାସ୍କମ୍ୟୁନିକେସନ ପଢିବା ପାଇଁ ଆମେରିକା ଯାଇଥିଲେ । ପ୍ରଥମେ ସେ କଣ୍ଟେଟ ରାଇଟର ହେବାକୁ ଚାହୁଁଥିଲେ, କିନ୍ତୁ ପ୍ରଥମ କ୍ଲାସରେ ହିଁ ସେ ଫିଲ୍ମ ‘ଦିୱାର’ ର ଡାଇଲଗ୍ କହିଥିଲେ । ଯେଉଁଥି ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା ।
ପ୍ରଥମ କ୍ଲାସରୁ ରଣବୀରଙ୍କ ପ୍ରଶଂସା ହୋଇଥିବାରୁ ସେଥିପାଇଁ ସେ ବହୁତ ଖୁସି ଥିଲେ । ସେହିଦିନ ଠାରୁ ସେ ହିରୋ ହେବେ ବୋଲି ନିଷ୍ପତି ନେଇଥିଲେ । ଯେବେ ସେ ଆମେରିକାରୁ ଭାରତ ଫେରିଥିଲେ ସେତେବେଳେ ତାଙ୍କୁ ୩ ବର୍ଷ ଯାଏଁ ସଂଘର୍ଷ କରିବାକୁ ପଡିଥିଲା । ସେହି ସମୟରେ ସେ ଏକ ବିଜ୍ଞାପନ ଏଜେନ୍ସିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିଲେ । କିନ୍ତୁ ଅଭିନୟ ପ୍ରତି ତାଙ୍କର ଇଛା ଥିଲା । ତାପରେ ସେ ଏକ ଥିଏଟରର ବ୍ୟାକ୍ ଷ୍ଟେଜ୍ ରେ କାମ କରିବା ଆରମ୍ଭ କରିଥିଲେ । ସେଥିରେ ସେ ଛୋଟ ମୋଟ କାମ କରୁଥିଲେ । ଯେପରି ଚା ଆଣିବା ସିଟ୍ ଲଗେଇବା, ରିହରସଲ କରେଇବା ଆଦି । ଏହି ସବୁ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଖୋଜିବା ଜାରି ରଖିଥିଲେ ।
ଇଣ୍ଡଷ୍ଟ୍ରିରେ ପ୍ରଥମେ ଆଦିତ୍ୟ ଚୋପ୍ରା ରଣବୀରଙ୍କୁ ବ୍ରେକ ଦେଇଥିଲେ । ୨୦୧୦ ରେ ତାଙ୍କର ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍’ ସୁପର୍ ହିଟ୍ ହୋଇଥିଲା । ଏହାପୂର୍ବରୁ ତାଙ୍କୁ ଅନ୍ୟ ତିନୋଟି ଫିଲ୍ମ ପାଇଁ ଅଫା ଆସିଥିଲା କିନ୍ତୁ ସେ ମନା କରିଦେଇଥିଲେ । ପରେ ସେ ‘ଗୋଲିୟୋଂ କି ରାସଲିଳା ରାମଲିଳା’, ‘ଗୁଣ୍ଡେ’, ‘ବାଜିରାଓ ମସ୍ତାନୀ’, ଏବଂ ‘ପଦ୍ମାବତ’ ଭଳି ସୁପର ହିଟ୍ ଫିଲ୍ମ କରିଥିଲେ ।