ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଟନେସ ପ୍ରତି ସାରା ଦେଶବାସୀଙ୍କୁ ପ୍ରେତ୍ସାହିତ କରିବା ପାଇଁ ଗତ ମଙ୍ଗଳବାର ଦିନ କ୍ରିଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଟ୍ୱିଟ କରିଥିଲେ । ସେ କ୍ରିଡା ଏବଂ ବଲିଉଡର ବଡ ବଡ କଳାକାରଙ୍କୁ ଟ୍ୟାଗ କରି ସେମାନଙ୍କୁ ବି ଏଥିରେ ସାମିଲ ହେବା ପାଇଁ କହିଥିଲେ ।ତାଙ୍କର ଏହି ଚ୍ୟାଲେଞ୍ଜକୁ ସାନିଆ ନେହୱାଲ ପ୍ରଥମେ ପୂରଣ କରିଥିଲେ । ତା’ପରେ ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ ମନ୍ତ୍ରୀଙ୍କର ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ସେ ରାସ୍ତାରେ ସାଇକେଲ ଚଲାଉଥିବାର ଏକ ଭିଡିଓ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ । ଏବଂ କିଛି ସମୟ ପରେ ସେ ଟ୍ରୋଲର ଶିକାର ହୋଇଥିଲେ ।
This initiative makes me so proud ! Bravo @Ra_THORe #HumFitTohIndiaFit #FitnessChallenge this is how I commute to my office everyday. sitting static in a car is such a waste. Walk, cycle, jog, feel the earth, feel India ?? get FIT! pic.twitter.com/twoI1vna9c
— Hrithik Roshan (@iHrithik) May 22, 2018
ହ୍ରିତିକ୍ ନିରାପତାକୁ ଦୃଷ୍ଟିରେ ନରଖି ରାସ୍ତାରେ ସେଲ୍ଫି ନେଇ ସାଇକେଲ ଚଲାଉଥିଲେ । ଯେଉଁଥି ପାଇଁ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି । କେବଳ ଏତିକି ନୁହେଁ ରାସ୍ତାରେ ଫିଟ୍ନେସ ମନ୍ତ୍ର ଦେଉଥିବା ହ୍ରିତିକ୍ ଙ୍କ ଏହି ଭିଡିଓ ପାଇଁ ଜଣେ ୟୁଜର୍ସ ମୁମ୍ବାଇ ପୋଲିସ ଥାନାରେ ଅଭିଯୋଗ ଆଣିଛନ୍ତି ।
Please share the location details for us to inform the concerned traffic division.
— Mumbai Police (@MumbaiPolice) May 23, 2018
ହ୍ରିତିକ୍ ଏହି ଭିଡିଓକୁ ସେୟାର କରି ଲେଖିଥିଲେ ଯେ, ‘ଏହି ଅଭିଯାନ ପାଇଁ ମୁଁଁ ଗର୍ବ କରୁଛି’ । ଏବଂ ହ୍ରିତିକ୍ ଅଧିକତର ଲୋକଙ୍କୁ ସାଇକେଲ ଚଲାଇବାକୁ ସନ୍ଦେଶ ଦେଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ ।