ମୁମ୍ବାଇ (ଏଟିଆର ବ୍ୟୁରୋ):ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ଏବେ ପ୍ରେମରୁ ସାତ ଜନ୍ମର ସାଥୀ ହୋଇଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଏହି ଯୋଡି । ଦୀର୍ଘ ଦିନର ଡେଟିଙ୍ଗ ପରେ ଶେଷରେ ବାହାହେଲେ ଟିଭି ଇଣ୍ଡଷ୍ଟ୍ରିର ରୋମାଣ୍ଟିକ ଯୋଡି ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ।
ଗତକାଲି ମୁମ୍ବାଇରେ ଖୁବ୍ ଧୁମଧାମରେ ଦୁହିଁଙ୍କର ବିବାହ ହୋଇଥିଲା । ଏଥିରେ ୟୁଭିକା ଏକ ଲାଲ୍ ରଙ୍ଗର ଲେହଙ୍ଗା ପିନ୍ଧିବା ସହ ପ୍ରିନ୍ସ ଏକ କ୍ରିମ ରଙ୍ଗର ସେରୱାନି ପିନ୍ଧି ଖୁବ୍ ସାନଦାର ଲୁକ୍ ରେ ନଜର ଆସୁଥିଲେ ।
ଏହି ରୋମାଣ୍ଟିକ ଯୋଡିଙ୍କ ବାହାଘରରେ ବଲିଉଡ ଠାରୁ ଆରମ୍ଭ କରି ଟିଭି ଜଗତର ମଶହୁର ହସ୍ତିମାନେ ସାମିଲ ହୋଇ ଖୁବ୍ ଉପଭୋଗ କରିଥିଲେ । ବାହାଘର ଫେରା ନେଇ ସାରିବା ପରେ ବର-ବଧୂ ଦୁହେଁ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରିବା ସହ କେକ୍ କାଟି ଦୁହେଁ ଦୁହିଁଙ୍କୁ କିସ୍ କରିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।