ମୁମ୍ବାଇ (ଏଟିଆର ବ୍ୟୁରୋ): ଟିଭି ଜଗତର ‘କୁମକୁମ’ ସିରିଏଲର ଚର୍ଚ୍ଚିତ ବୋହୂ ଚରିତ୍ରରେ ଥିବା ଜୁହି ପରମାରଙ୍କୁ ନେଇ ଏବେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏହା ପଛର କାରଣ କୌଣସି ସିରିଏଲ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନ । ଗତ କିଛି ଦିନ ତଳେ ଜୁହି ଏବଂ ସଚିନଙ୍କ ମଧ୍ୟରେ ଛାଡପତ୍ର କଥା ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ଏହି ଘଟଣା ସତ ହେବାକୁ ଯାଉଛି ।
ଖବରମୁତାବକ, ଜୁହି ଏବଂ ତାଙ୍କ ପତୀ ସଚିନ ଦୁହେଁ ଆଗାମୀ ଜୁନ ୨୫ରେ କାନୁନ ଅନୁଯାଇ ଅଲଗା ହେବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ଦୀର୍ଘ ୧୦ ବର୍ଷ ପୂରଣ ହୋଇ ସାରିଲାଣି କିନ୍ତୁ ସେ ଗୋଟେ ବର୍ଷ ହେବ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥିଲେ । ଦୁହେଁ ତାଙ୍କର ଛାଡପତ୍ର ପାଇଁ କୋର୍ଟରେ ଫାଇଲ ରୁଜୁ କରିଥିଲେ । ଦୁହିଁଙ୍କର ଜୁନ ୨୫ରେ ଛାଡପତ୍ର ହେବ ବୋଲି ତାରିଖ ଘୋଷଣା କରାଯାଇଛି ।
ଏନେଇ ଜୁହି କହିଥିଲେ କି , ଗତ କିଛି ଦିନ ହେବ ଆମ ଦୁହିଁଙ୍କ ମଧ୍ୟରେ ପ୍ରତ୍ୟେକ ଜିନିଷକୁ ନେଇ ସମସ୍ୟା ଉପୁଜୁଛି । ଯେତେ ଚେଷ୍ଟା କଲେ ମଧ୍ୟ ସୁଧୁରିବାର ନାଁ ଧରୁନି । ସେଥିପାଇଁ ଦୁହିଁଙ୍କ ସହମତିରେ ଛାଡପତ୍ର ନେବାର ନିଷ୍ପତି ନେଇଛୁ ।
ସୂଚନା ଅନୁଯାୟୀ, ୨୦୦୯ରେ ଖୁବ୍ ଧୁମ୍ ଧାମରେ ଜୟପୁର ଠାରେ ଦୁହିଁଙ୍କର ବିବାହ ହୋଇଥିଲା । ତାଙ୍କ ପତୀ ସଚିନ ମଧ୍ୟ ଜଣେ ଟିଭି କଳାକାର । ଏବଂ ଦୁହେଁ କିଛି ଦିନ ପୂର୍ବରୁ ‘ସନ୍ତୋଷୀ ମା’ ସିରିଏଲ ରେ ଏକାଠି ନଜର ଆସିଥିଲେ ।