ମୁମ୍ବାଇ (ଏଟିଆର ବ୍ୟୁରୋ): ନିଜ ବୈବାହିକ ଜୀବନରେ ଖୁବ୍ ଖୁସୀରେ ଅଛନ୍ତି କରଣ ଏବଂ ବିପାଶା । ଉଭୟ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ଫ୍ୟାନ୍ସଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ଗତ କିଛି ଦିନ ପୂର୍ବରୁ ଏକ ଖବର ସାମ୍ନାକୁ ଆସିଥିଲା କି, ବିପାଶା ଏବଂ କରଣ ନିଜ ଫ୍ୟାମିଲ ବଢାଇବାର ଯୋଜନା କରୁଛନ୍ତି । କିନ୍ତୁ ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ କରଣ ଏନେଇ ମୁହଁ ଖୋଲିଛନ୍ତି । କରଣ କହିଛନ୍ତି କି, ଏହା ଏକ ‘ନ୍ୟାଚୁରାଲ ପ୍ରୋସେସ’ ଏବଂ ଏହାକୁ ନେଇ
ଇଂଟରଭ୍ୟୁରେ କରଣକୁ ପଚାରା ଯାଇଥିଲା କି, କଣ ବିପାଶାଙ୍କ ଗର୍ଭବତୀ ଗୁଜବ ଆପଣଙ୍କୁ ନିରାଶ କରେ । ଏହାର ଜବାବରେ କରଣ କହିଥିଲେ କି, ଏହା ଏକ ନ୍ୟାଚୁରାଲ ପ୍ରୋସେସ, ଲୋକେ ମିଶନ୍ତି, ପ୍ରେମ କରନ୍ତି ପୁଣି ବିବାହ ହୁଏ । ଏହାପରେ ଫ୍ୟାମିଲ ପ୍ଲାନିଙ୍ଗ କରନ୍ତି ।
ସେ ଆଗକୁ ଆହୁରି ମଧ୍ୟ କହିଥିଲେ କି, ଜଣାନାହିଁ ଲୋକେ କାହିଁକି ଆମ ପରିବାରର ଯୋଜନା କରୁଛନ୍ତି । ସେମାନଙ୍କୁ ଏଭଳି କରିବା ଉଚିତ୍ ନୁହେଁ । ଏହି ଯୋଜନା ଆମକୁ କରିବା ପାଇଁ ଦେବା ଉଚିତ୍ । ଏଥିରୁ କରଣ ସ୍ପଷ୍ଟ କରିଛନ୍ତି କି, ସେ ଏବେ କୌଣସି ଫ୍ୟାମିଲ ପ୍ଲାନିଙ୍ଗ କରୁ ନାହାନ୍ତି ।