ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଙ୍କ ବିୟୁଟିରେ ସମସ୍ତେ ଫିଦା । ସେ ତାଙ୍କ ଷ୍ଟାଇଲ ଏବଂ ଫ୍ୟାସନାର ସର୍ବଦା ସମସ୍ତଙ୍କୁ ଇମ୍ପ୍ରେସ କରାଇଥାନ୍ତି । ଖାସ୍ କରି ଯୁବତୀ ମାନେ କ୍ୟାଟ୍ରିନାଙ୍କ ଭଳି ହେବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ମାନ ବ୍ୟବହାର କରିଥାନ୍ତି । ଇତି ମଧ୍ୟରେ କ୍ୟାଟ୍ରିନା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଉପହାର ନେଇ ଆସିଛନ୍ତି । ସେ ନିଜର ଏକ ବ୍ୟୁଟି ବ୍ରାଣ୍ଡ ‘କେଏୱାଇ’ଲଞ୍ଚ କରିଛନ୍ତି । ଏନେଇ ବୁଧବାର କ୍ୟାଟ୍ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିବା ସହ କ୍ୟାପସନ୍ ମଧ୍ୟ ଦେଇଛନ୍ତି ।
କ୍ୟାଟ୍ କହିଛନ୍ତି କି, ଶେଷରେ ଏହା ପ୍ରସ୍ତୁତ..ଦୁଇ ବର୍ଷ ପୂର୍ବରୁ ମୁଁ ବିୟୁଟି ଲାଇନ୍ ଆରମ୍ଭ କରିବି ବୋଲି ସ୍ୱପ୍ନ ଦେଖିଥିଲି । ଆପଣମାନଙ୍କ ସହ ମୁଁ ଏହାକୁ ସେୟାର କରି ବହୁତ ଉତ୍ସାହିତ ଅଛି । ଆଉ ଅପେକ୍ଷା କରି ହେଉନି । ଏହାପରେ କ୍ୟାଟ୍ ଙ୍କ ପାଇଁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି ।
ଅପରପଟେ କ୍ୟାଟ୍ରିନା କ୍ରେଫ୍ ଙ୍କ ଫିଲ୍ମ କଥା କହିବାକୁ ଗଲେ ସେ ଆଗାମୀ ବର୍ଷ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ସୂର୍ଯ୍ୟବଂଶୀ ରେ ନଜର ଆସିବେ ।