ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଫିଲ୍ମ ଲଷ୍ଟ ଷ୍ଟୋରିଜ୍ ର ବିବାଦୀୟ ସିନ୍ କୁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ କିଆରା ଆଡଭାନି ଏବେ ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି । ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ‘କବୀର ସିଂହ’ ରେ ଅଭିନେତା ଭୂମିକାରେ ଶାହିଦ୍ କପୁର ନଜର ଆସିବେ । ଏହା ଟଲିଉଡ ଫିଲ୍ମ ‘ଅର୍ଜ୍ଜୁନ ରେଡ୍ଡୀ’ର ରିମେକ୍ । ଏହି ଫିଲ୍ମକୁ ନେଇ ସାହିଦ୍ କପୁର ଏବଂ କିଆରା ଅଡଭାନି ଖୁବ୍ ଉତ୍ସାହିତ ଅଛନ୍ତି । ଏପର୍ଯ୍ୟ ଦୁହିଁଙ୍କର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
କିଆରା ଆଡଭାନି ଏକ ଇଭେଣ୍ଟରେ ପହଁଚି ସାହିଦ୍ କପୁରଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ହୁଏତ କିଆରା ବୟସରେ ସାହିଦଙ୍କଠାରୁ ୧୨ ବର୍ଷ ସାନ, କିନ୍ତୁ ଏନେଇ ତାଙ୍କୁ କୌଣସି ଫରକ ପଡେ ନାହିଁ । ନିକଟରେ ଏକ ଇଣ୍ଟରଭ୍ୟୁ ଜରିଆରେ କିଆରା କହିଛନ୍ତି କି, ‘ଫିଲ୍ମ କବୀର ସିଂହ ରେ ସାହିଦ୍ ଏକ ସରପ୍ରାଇଜ୍ ପ୍ୟାକେଜ୍ । ଏହା କହି ହେବନି କି ମୁଁ ସାହିଦ୍ ଙ୍କୁ ଦେଖିକି ବଡ ହୋଇଛି, କାରଣ ସେ ମୋ ଠାରୁ ବୟସରେ ଅଧିକ ବଡ ନୁହଁନ୍ତି । କିନ୍ତୁ ତାଙ୍କ ସହିତ ପୂରା ସିଡ୍ୟୁଲ ସୁଟ୍ କରିବା ପରେ ମୁଁ ଦାବିର ସହ କହି ପାରିବି କି ତାଙ୍କ ବ୍ୟତିତ ଅନ୍ୟ କାହାରିକୁ ଏହି ଭୂମିକାରେ ମୁଁ ଦେଖି ପାରିବି ନାହିଁ । ତାଙ୍କ ସହିତ କାମ କରିବା ମୋ ପାଇଁ ବହୁତ ବଡ କଥା ।’
ଫିଲ୍ମ ‘କବୀର ସିଂହ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସନ୍ଦୀପ ବାଙ୍ଗା । ଫିଲ୍ମଟି ଜୁନ୍ ମାସ ୨୧ ତାରିଖରେ ପରଦାରେ ମୁକ୍ତି ଲାଭ କରିବ ।