ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜରୁରୀ କାଗଜପତ୍ର ମଧ୍ୟରେ ଅଧାରକାର୍ଡ ଅନ୍ୟତମ । ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ପଡିଥାଏ । ସେହିଅନୁଯାୟୀ ୟୁଆଇଡିଏଆଇ ପକ୍ଷରୁ ଆଧାରକାର୍ଡରେ ନାଁ, ଲିଙ୍ଗ, ଜନ୍ମତାରିଖ ବଦଳାଇବା ସମ୍ବନ୍ଧୀୟ ନିୟମରେ ସଂଶୋଧନ କରାଯାଇଥିଲା । ଏହାପରେ ବ୍ୟକ୍ତି ତାଙ୍କ ଆଧାରକାର୍ଡର ନାଁ, ଜନ୍ମତାରିଖ ଏବଂ ଲିଙ୍ଗ ପରିବର୍ତ୍ତନ କରିପାରୁଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ଜୀବନରେ କେତେ ଥର ଆପଣ ଆଧାରକାର୍ଡରେ ନାଁ ବଦଳାଇ ପାରିବେ । ଆଉ ଏଥିପାଇଁ କଣ ରହିଛି ସର୍ତ । ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ।
ଆଧାରକାର୍ଡରେ ବାରମ୍ବାର ଅପଡେସନ ର ଅନୁମତି ଦେଇନାହିଁ ୟୁଆଇଡିଏଆଇ । ୟୁଆଇଡିଏଆଇ ର କାର୍ଯ୍ୟଳୟ ମୁତାବକ, ଜଣେ ଅଧାରକାର୍ଡ ଧାରକ ଜୀବନରେ କେବଳ ଦୁଇ ଥର ହିଁ ତାଙ୍କ ଆଧାରକାର୍ଡରେ ନାଁ ଅପଡେଟ କରିପାରିବେ । ସେହିପରି ଯଦି ଜନ୍ମତାରିଖ ବଦଳାଇବା କଥା କହିବା ତେବେ କେବଳ ଗୋଟେଥର ହିଁ ଜନ୍ମତାରିଖ ଅପଡେଟ କରାଯାଇ ପାରିବ । ଅନ୍ୟପଟେ ଆଧାରକାର୍ଡରେ ଗୋଟେ ଥର ହିଁ ଲିଙ୍ଗ ବଦଳାଇ ପାରିବେ ।
ଆଧାରକାର୍ଡରେ ନାଁ ବଦଳାଇବା ପାଇଁ କିଛିଟା ସର୍ତ ରହିଛି । ତେବେ ଆସନ୍ତୁ ଜାଣିବା..
– ସ୍ପେଲିଙ୍ଗ କରେକ୍ସନ୍
– ସିକ୍ୟୁଏନ୍ସ ବଦଳାଇବା
– ସର୍ଟ ଫର୍ମରୁ ଫୁଲ ଫର୍ମ କରିବା
– ବିବାହ ପରେ ଯଦି ନାଁ ବଦଳାଇବାକୁ ଚାହୁଁଛନ୍ତି ।