ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍ କଲର୍ସ ଚ୍ୟାନେଲର ଡ୍ୟାନ୍ସ ରିୟଲିଟ ଶୋ’ ‘ଡ୍ୟାନ୍ସ ଦିୱାନେ’ଜରିଆରେ ପୁଣି ଥରେ ଟେଲିଭିନକୁ ଫେରୁଛନ୍ତି । ଏହି ଶୋ’ରେ ମାଧୁରୀ ଜଣେ ବିଚାରପତି ଭାବେ ନଜର ଆସିବେ । ତାଙ୍କ ସହ ଅନ୍ୟ ଦୁଇଜଣ ବିଚାରପତି ହେଲେ ନିର୍ଦ୍ଦେଶକ ଶଶାଙ୍କ ଖେତାନ ଏବଂ କୋରିୟଗ୍ରାଫର ତୁଷାର କାଲିଆ । ଏହି ଶା’କୁ ତିନୋଟି ବର୍ଗ ଯଥା ଛୋଟ ପିଲା,ଯୁବାବସ୍ଥା ଏବଂ ବୟସ୍କଙ୍କ ମଧ୍ୟରେ ବାଣ୍ଟିଦିଆଯାଇଛି । ସମସ୍ତ ପ୍ରତିଯୋଗୀ ମାନଙ୍କୁ ନିଜ ନିଜର ଶ୍ରେଣୀ ଅନୁଯାୟୀ ଡ୍ୟାନ୍ସ କରିବାକୁ ପଡିବ ।
ମାଧୁରୀଙ୍କ କହିବାନୁଯାୟୀ, ଏହି ଶୋ’ର ୟୁଏସପି ରହିଛି ଯେ ଭାରତର ତିନୋଟି ପିଢିକୁ ପରଫରମାନ୍ସ କରିବା ପାଇଁ ଗୋଟିଏ ପ୍ଲାଟଫର୍ମ ଉପଲବ୍ଧ କରି ଭିନ୍ନ ଭିନ୍ନ ବର୍ଗ ମଧ୍ୟରେ ଡ୍ୟାନ୍ସର ଜୁନନ୍ କୁ ପାଳନ କରିବା । ମୋ ପାଇଁ ଡ୍ୟାନ୍ସ ଏକ ଜୁନନ୍ ଏବଂ ମୁଁ ଶୋ’ର ଆରମ୍ଭକୁ ଉସଃଛୁକତାର ସହ ଅପେକ୍ଷା କରିଛି । କାରଣ ଭାରତର ଅନେକ ଭଲ ଡ୍ୟାନ୍ସ ଦିୱାନାଙ୍କୁ ଖୋଜି ପାରିବା ।
ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ କହିବାର ଥିଲା, ‘ଡ୍ୟାନ୍ସ ଦିୱାନେ’ସହିତ ମୁଁ ଏକ ରିୟଲିଟ ଶୋ’ରେ ନିଜର କ୍ୟାରିୟର ଆରମ୍ଭ କରୁଛି । ଆମ୍ଭେମାନେ ସେହି ପ୍ରତିଭାଶାଳୀ ଡ୍ୟାନ୍ସର ମାନଙ୍କୁ ଖୋଜୁଛୁ ଯେଉଁମାନେ ବୟସକୁ ଧ୍ୟାନ ନଦେଇ ନିଜର ଡ୍ୟାନ୍ସ ମାଧ୍ୟମରେ ପୂରା ଭାରତକୁ ନଚେଇବାକୁ ଚାହୁଁଛନ୍ତି । ମାଧୁରୀଙ୍କ ସହ ଜୁରୀ ସଦସ୍ୟ ଭାବେ କାମ କରିବା ଏହା ମୋ ପାଇଁ ସମ୍ମାନର କଥା । ଏବଂ ଏହି ଶୋ’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଅପେକ୍ଷା କରିଛୁ’ ।
ଶେଷରେ କୋରିୟଗ୍ରାଫର ତୁଷାର କାଲିଆ କହିଥିଲେ ଯେ, ‘ମାଧୁରୀ ମାଡମ ଏବଂ ଶଶାଙ୍କ ଖେତାନଙ୍କ ସହିତ ବିଚାରପତି ସିଟରେ ବସିବା ମୋ ପାଇଁ ବଡ ଖୁସିର କଥା’ ।
ସୁଚନାଅନୁଯାୟୀ,ମାଧୁରୀ ଆଗରୁ କଲର୍ସ ଚ୍ୟାନେଲର ରିୟଲିଟ ଶୋ’ ‘ଝଲକ ଦିଖ ଲାଜା’ରେ ମଧ୍ୟ ବିଚାରପତି ଭାବେ ନଜର ଆସି ସାରିଛନ୍ତି ।