ମୁମ୍ବାଇ (ଏଟିଆର ବ୍ୟୁରୋ): ମଲାଇକା ଅରୋରା ଆଜିକାଲି ତାଙ୍କ ଲଭ୍ ଲାଇଫ୍ କୁ ନେଇ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି । ଏହାସହିତ ଚଳିତ ମାସରେ ମଲାଇକା ତାଙ୍କ ବୟଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଦୁହେଁ ବ୍ୟାଚଲର ପାର୍ଟି କରିବା ପାଇଁ ମାଳଦୀପ ଯାଇଥିଲେ । ତାହାର କିଛି ଫଟୋ ମଲାଇକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ମଲାଇକାଙ୍କୁ ବିକିନି ପିନ୍ଧିଥିବାର ଦେଖିବାକୁ ମିଳିଛି ।
ପ୍ରତ୍ୟେକ ଦିନ ଅର୍ଜୁନ ଏବଂ ମଲାଇକାଙ୍କୁ ନେଇ ଖବର ସାମ୍ନାକୁ ଆସୁଛି । ନିକଟରେ ଶୁଣିବାକୁ ମିଳୁଥିଲା କି ଦୁହେଁ ଗୋଆରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ରିପୋର୍ଟ ମୁତାବକ ଦୁହେଁ ବାହାଘର ପାଇଁ ମୁମ୍ବାଇ ବାହାରେ ଡେଷ୍ଟିନେସନ ଦେଖୁଛନ୍ତି । ସେଥିପାଇଁ ଦୁହେଁ ଗୋଆର ଏକ ଚର୍ଚ୍ଚରେ ବାହା ହେବେ ବୋଲି ନିଷ୍ପତି ନେଇଛନ୍ତି । ବାହାଘରଟି ଖ୍ରୀଷ୍ଟିଆନ୍ ରୀତି ନିତୀରେ ହେବ । ଏଥିରେ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ସାମିଲ ରହିବେ ।
କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଅର୍ଜୁନ ଏବଂ ମଲାଇକା ଅପ୍ରିଲ ୧୯ ରେ ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଅପ୍ରିଲ ୧୯ରେ ବାହାଘର ହେବ ନାହିଁ । ଏହାର ବଡ କାରଣ ହେଉଛି ମଲାଇକାଙ୍କ ଧର୍ମ । ପ୍ରକୃତରେ ମଲାଇକା ଖ୍ରୀଷ୍ଟିଆନ୍ ପରମ୍ପରାକୁ ଅଧିକ ବିଶ୍ୱାସ କରନ୍ତି ।