ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ମଶୁର ଆଇଟମ୍ ଗାର୍ଲ ମଲଇକା ଅରୋରା ଏବେ ଫିଲ୍ମ ଦୁନିଆରୁ ଦୂରେଇ ଅଛନ୍ତି ସତ, କିନ୍ତୁ ସେ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ଏବେ ଡ୍ୟାନ୍ସ ରିଆଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ରେ ଜଜ୍ ଭୂମିକାରେ ନଜର ଆସୁଛନ୍ତି ।
ନିକଟରେ ଏକ ଇଣ୍ଟରଭ୍ୟୁ ଜରିଆରେ ଫିଲ୍ମରେ କାମ କରିବା ଏବଂ ନିଜ ବ୍ୟକ୍ତିଗତ ବିଷୟରେ ମନ ଖୋଲି କଥା ହୋଇଛନ୍ତି ମଲାଇକା ।
ମଲାଇକା କହିଛନ୍ତି, ମୋତେ ଡ୍ୟାନ୍ସ କରିବାକୁ ବହୁତ ପସନ୍ଦ ଏବଂ ମଉକା ମିଳିବା ମାତ୍ରେ ହିଁ ମୁଁ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥାଏ । ମୋ ପାଇଁ ଡ୍ୟାନ୍ସ କରିବା ଏକ ମନରଞ୍ଜନର ଜରିଆ । ମୁଁ ମୋ ସ୍ୱାସ୍ଥ୍ୟକୁ ନେଇ ବହୁତ ସଚେତନ । ବାହାର ଖାଦ୍ୟ ମୁଁ ବିଲକୁଲ୍ ଖାଏ ନାହିଁ, କେବଳ ଘର ଖାଦ୍ୟ ଖାଇବାକୁ ମୁଁ ପସନ୍ଦ କରେ । ସବୁଠାରୁ ବଡ କଥା ହେଉଛି ସଠିକ୍ ସମୟରେ ଖାଦ୍ୟ ଖାଏ ।
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ପର୍ଯ୍ୟନ୍ତ ଅନେକ ଫିଲ୍ମ ପାଇଁ ମୋତେ ଅଫର ମିଳିଛି, ମାତ୍ର ଅଭିନୟ ପ୍ରତି ମୋର ଇଛା ନାହିଁ । ଯଦି ମୋତେ ଜେମ୍ସ ବଣ୍ଡ୍ ଫିଲ୍ମର ଅଫର୍ ଆସିବ, ତେବେ ନିହାତି ଭାବେ କରିବି । କିନ୍ତୁ ମୁଁ ମୋ ଫିଲ୍ମ କ୍ୟାରିୟରକୁ ନେଇ ଖୁସୀ ଅଛି ।