ମୁମ୍ବାଇ (ଏଟିଆର ବ୍ୟୁରୋ): ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଷ୍ଟାରର ଫିଲ୍ମ ସୂର୍ଯ୍ୟବଂଶୀ ର ରିଲିଜ୍ ତାରିଖରେ ପରିବର୍ତ୍ତନ କରାଯାଇଛି । ୨୦୨୦ ର ସବୁଠାରୁ ଦମଦାର୍ ଫିଲ୍ମ ଭାବେ ସୂର୍ଯ୍ୟବଂଶୀଙ୍କୁ ଦେଖିବା ପାଇଁ ଦର୍ଶକ ଅନେଇ ବସିଛନ୍ତି । ଇତି ମଧ୍ୟରେ ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଫିଲ୍ମ ରିଲିଜ୍ ପାଇଁ ଯେଉଁ ତାରିଖ ଘୋଷଣା କରାଯାଇଥିଲା ଏବେ ତାର ତିନି ଦିନ ପୂର୍ବରୁ ଫିଲ୍ମ ରିଲିଜ୍ ହେବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । ମାନେ ଏହି ଫିଲ୍ମଟି ମାର୍ଚ୍ଚ ୨୭ ବଦଳରେ ମାର୍ଚ୍ଚ ୨୪ ରେ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ।
ଅପରପକ୍ଷେ ଫିଲ୍ମ ନିର୍ମାତାଙ୍କ ମୁତାବକ, ସୂର୍ଯ୍ୟବଂଶୀ ର ଟ୍ରେଲର ମାର୍ଚ୍ଚ ୨ ରେ ରିଲିଜ୍ କରାଯିବ । ଏହି ଫିଲ୍ମର ପ୍ରମୋଶନ ଅକ୍ଷୟଙ୍କ ସହିତ ଅଜୟ ଦେବଗନ ଏବଂ ରଣବୀର ସିଂହ ବି କରୁଛନ୍ତି । ଏହି ଫିଲ୍ମରେ ଅଜୟ ଏବଂ ରଣବୀରଙ୍କ ପ୍ରମୁଖ ଭୂମିକା ଦେଖିବାକୁ ମିଳିବ । ଏହା ବ୍ୟତିତ ଫିଲ୍ମରେ ଜ୍ୟାକି ଶ୍ରଫ୍, ଗୁଲଶନ ଗ୍ରୋଭର ଏବଂ ସିକନ୍ଦର ଖେର ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ସେହିପରି କ୍ୟାଟ୍ରିନା କୈଫ୍ ଏକ ଇଣ୍ଟରଭ୍ୟୁ ଜରିଆରେ କହିଥିଲେ କି, ଅକ୍ଷୟ ଏବଂ ରୋହିତଙ୍କ ସହ କାମ କରିବା ବହୁତ ଭଲ ଥିଲା, ଆମେ ସେଟ୍ ରେ ବହୁତ ଭଲ ସମୟ ବିତାଇବା ସହ ଖୁବ୍ ମସ୍ତି କରିଛୁ । ସେଟ୍ ରେ ଆମେ ସମସ୍ତେ ଗୋଟେ ଟିମ୍ ଭଳି କାମ କରୁଥିଲେ ଏବଂ ସମସ୍ତଙ୍କ ଭିତରେ ବହୁତ ଭଲ ପାଇବା ଥିଲା । ଏବେ ଫିଲ୍ମର ରିଲିଜ୍ ପାଇଁ ଅପେକ୍ଷା ।
ସୂଚନାଯୋଗ୍ୟ, ଫିଲ୍ମ ସୂର୍ଯ୍ୟବଂଶୀ ଜରିଆରେ ଦୀର୍ଘ ୯ ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ କ୍ୟାଟ ଏବଂ ଅକ୍ଷୟ ।