ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଏବେ ତାଙ୍କ ଆଗାମୀ ଫିଲ୍ମ ‘ମୋତିଚୂର ଚକନାଚୂର’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ପାଖାପାଖି ୨ବର୍ଷ ପରେ ଆଥିୟା ପୁର୍ନବାର ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି । ଏହାପୂର୍ବରୁ ଅଭିନେତା ଅର୍ଜୁନ କପୁର ଏବଂ ଅନୀଲ କପୁରଙ୍କ ସହିତ ଫିଲ୍ମ ‘ମରଜାୱାଂ’ ରେ ନଜର ଆସିଥିଲେ ଆଥିୟା । ଏବେ ପୁଣି ମୋତିଚୂର ଚକନାଚୂର ଜରିଆରେ ଏଣ୍ଟ୍ରି ମାରିଛନ୍ତି । ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଇତି ମଧ୍ୟରେ ଆଥିୟା ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ମଧ୍ୟରେ ଲଭ୍ ଆଫେୟର କଣା ଶୁଣିବାକୁ ମିଳୁଛି । ଏହାକୁ ନେଇ ଏବେ ଆଥିୟା ମୁହଁ ଖୋଲିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଆଥିୟା ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ଲଭ୍ ଆଫେୟର ଚାଲିଛି । ଏହାକୁ ନେଇ ଏବେ ଅଭିନେତ୍ରୀ ଆଥିୟା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ବଲିଉଡ ଲାଇଫ୍ କୁ ଆଥିୟା ସାକ୍ଷାତ କରି କହିଛନ୍ତି କି, ମୁଁ ବୁଝି ପାରୁଛି ଆପଣଙ୍କ କ୍ାହା ଆଡକୁ ଇଶାରା କରୁଛନ୍ତି । ଏନେଇ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁନି । ମୁଁ କଦାପି ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିବି ନାହିଁ ।
ଏହାସହିତ ସୁନୀଲ ସେଟ୍ଟୀଙ୍କ ସହିତ ସ୍କ୍ରିନ୍ ସେୟାରକୁ ନେଇ ଆଥିୟାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ସେ ଏହାର ଜବାବରେ କହିଛନ୍ତି କି , ହଁ ମୁଁ ମୋ ପିତାଙ୍କ ସହିତ କାମ କରିବାକୁ ଚାହୁଁଛି । ବର୍ତ୍ତମାନ କୌଣସି ଭଲ ସ୍କ୍ରିପ୍ଟ ମୋ ପାଖରେ ନାହିଁ । ଯେତେବେଳେ ଆମ ପାଖକୁ କିଛି ଭଲ ସ୍କ୍ରିପ୍ଟ ଆସିବ ସେତେବେଳେ ଆମେ ନିଶ୍ଚିତ ରୂପେ କାମ କରିବୁ ।
ସୂଚନାଯୋଗ୍ୟ, ମୋତିଚୂର ଚକନାଚୂର ରେ ଆଥିୟାଙ୍କ ବିପକ୍ଷରେ ନୱାଜୁଦ୍ଦିନ ସିଦ୍ଦିକି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାସହିତ ଫିଲ୍ମରେ ଆଥିୟା ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ତାଙ୍କର ଏହି ଦେଶୀ ଅବତାରକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ପ୍ରଥମ ଥର ପାଇଁ ଆଥିୟା ଏବଂ ନୱାଜୁଦ୍ଦିନ ଏକାସଙ୍ଗରେ କାମ କରିବାକୁ ଯାଉଛନ୍ତି ।