ମୁମ୍ବାଇ (ଏଟିଆର ବ୍ୟୁରୋ): ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର ଲେଲେ’ର ଫାଷ୍ଟ୍ ଲୁକ୍ ଜାରି ହୋଇଯାଇଛି । ଫିଲ୍ମଟିକୁ ଶଶାଙ୍କ ଖେତାନ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା କରୁଛନ୍ତି କରଣ ଜୋହର । ଏହି ଫିଲ୍ମର ଫାଷ୍ଟ ଲୁକ୍ କରଣ ଜୋହର ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ପୋଷ୍ଟରରେ ବରୁଣ ଧୱନ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ଏଥିରେ ବରୁଣ ଅଣ୍ଡରୱେର ଉପରେ ଫ୍ୟାନି ପ୍ୟାକ୍ ପିନ୍ଧିଛନ୍ତି ଏବଂ ଗୋଟେ ହାତରେ ରିଭରବଲ ଓହଳେଇଛନ୍ତି ଓ ଅନ୍ୟ ଏକ ହାତରେ ଘଣ୍ଟା ପିନ୍ଧି ଉପରକୁ ହାତ ଟେକିଛନ୍ତି । ଫିଲ୍ମରେ ଭରପୁର ମନରଞ୍ଜନ ରହିଛି ।
କିଛି ଦିନ ପୂର୍ବରୁ ଫିଲ୍ମର ହିରୋଇନ୍ କୁ ନେଇ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା କି ବରୁଣଙ୍କ ବିପକ୍ଷରେ ନାୟିକା ହେବେ କିଆରା ଆଡଭାନୀ । ଫିଲ୍ମଟି ୧ ଜାନୁଆରୀ ୨୦୨୧ ରେ ପରଦାକୁ ଆସିବ ।