ମୁମ୍ବାଇ(ଏଟିଆର ବ୍ୟୁରୋ): ଧନୀ ଶ୍ରେଣୀର ହୋଇଥାନ୍ତୁ କିମ୍ବା ଗରିବ ଶ୍ରେଣୀର । ଘରେ ବଢିଲା ଝିଅଟିଏ ଥିଲେ ପରିବାର ଲୋକ ତାର ବିବାହ ପାଇଁ ଭଲ ବରପାତ୍ରଟିଏ ଖୋଜିଥାନ୍ତି । ମାତ୍ର ଧନୀ ଶ୍ରେଣୀର ଲୋକ ଝିଅଟିର ବିବାହ ଖୁବ୍ ଧୁମ ଧାମରେ କରିଥିବା ବେଳେ ଗରିବ ଶ୍ରେଣୀର ଲୋକ ଅର୍ଥ ଅଭାବରୁ ଯେନତେନ ପ୍ରକାରରେ ବିବାହ ସଂପର୍ଣ୍ଣ କରିଦେଇଥାନ୍ତି । ଏବଂ କେତେକାଂଶରେ ଦେଖିବାକୁ ମିଳେ ଯେ ଅର୍ଥ ଅଭାବରୁ ଗରିବ ଝିଅଟି ବିବାହ କରି ପାରୁନି । ଏହି ସବୁକୁ ନଜରର ରଖି ଗରିବ ଝିଅମାନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ବଲିଉଡ ଅଭିନେତା ନାନା ପାଟେକର ।
ଯେଉଁ ଗରିବ ଶ୍ରେଣୀର ଲୋକମାନେ ନିଜ ଝିଅର ବିବାହ ପାଇଁ ଅର୍ଥ ଯୋଗାଡ କରିବାକୁ ଅସମର୍ଥ ସେମାନଙ୍କୁ ସହାୟତା କରିବା ପାଇଁ ନାନା ହାତ ବଢାଇଛନ୍ତି । ସେ ଏହି ବାବଦରେ ତାଙ୍କର ନିଜର ସଂସ୍ଥା ‘ନାମ’ ଜରିଆରେ ଚାରିଟି କମିଶନରଙ୍କୁ ୧୭ ଲକ୍ଷ ଟଙ୍କା ଦେଇଛନ୍ତି ।
ଖବରମୁତାବକ,ଚଳିତ ବର୍ଷ ମାର୍ଚ୍ଚ ମାସରେ ଚାରିଟି କମିଶନର ପକ୍ଷରୁ ଗରିବ ଶ୍ରେଣୀର ଝିଅମାନଙ୍କ ବିବାହ ପାଇଁ ଧାର୍ମିକ ଟ୍ରଷ୍ଟକୁ ସହାୟତା କରାଯିବ ବୋଲି କୁହାଯାଇଥିଲା । ଚାରିଟି କମିଶନର ଶିବକୁମାର ଦିଦେ୍ଧଙ୍କ କହିବାନୁଯାୟୀ,ଶନିବାର ଦିନ ବଲିଉଡ ଅଭିନେତା ନାନା ଚାରିଟିକୁ ସହାୟତା ରାଶି ଆକାରାରେ ୧୭ ଲକ୍ଷ ଟଙ୍କା ଦେଇଥିଲେ । ଏହି ଟଙ୍କା ମରାଠବାଡ ବିଦର୍ଭ ରାଜ୍ୟର ଗରିବ ଶ୍ରେଣୀର ଝିଅମାନଙ୍କ ବିବାହ କାର୍ଯ୍ୟରେ ଖର୍ଚ୍ଚ କରାଯିବ ।ସେ ଆହୁରି ମଧ୍ୟ କହିଥିଲେ ଯେ, ଗତ ୧୫ ରୁ ୨୦ ଦିନ ମଧ୍ୟରେ ୧ ହଜାରରୁ ଅଧିକ ସାମୁହିକ ବିବାହ ହୋଇସାରିଛି । ଆଗାମୀ ଦିନରେ ଏହ ୨ ହଜାର ହେବ ବୋଲି ଲକ୍ଷ ରହିଛି ।
ସୂଚନାଅୁଯାୟୀ, ନାନା ମରାଠୀ କଳାକାର ଅନସପୁରେଙ୍କ ସହିତ ମିଶି ‘ନାମ ଫାଉଣ୍ଡେସନ’ସ୍ଥାପିତ କରିଛନ୍ତି । ଏହି ଫାଉଣ୍ଡେସନ ମହାରାଷ୍ଟ୍ରର ମରାଠବାଡ ଏବଂ ବିଦର୍ଭ ରାଜ୍ୟର ଗରିବ କୃଷକ ଲୋକମାନଙ୍କୁ ସହାୟତା କରିବ ।