ମୁମ୍ବାଇ (ଏଟିଆର ବ୍ୟୁରୋ):ଯେତେ ଲୋକ ସେତେ କଥା । ଯେଉଁଠି ଗଲେ ସେଠି ଚର୍ଚ୍ଚା ଚାଲିଛି । ସେ ଆଉ କେହି ନୁହଁନ୍ତି, ନିକଟରେ ଲୁଚା ଛପାରେ ବିହାହ କରିଥିବା ଅଭିନେତ୍ରୀ ନେହା ଧୁପିଆଙ୍କ ବିଷୟରେ । ଆଜ୍ଞା ହଁ ସୋସିଆଲ ମିଡିଆରେ ଜାଣିବାକୁ ମିଳୁଛି ଯେ ନେହା ଗର୍ଭବତୀ ଥିଲେ ସେଥିପାଇଁ ସେ କାହାକୁ ନଜଣାଇ ଲୁଚା ଛପାରେ ବିବାହ କରିଥିଲେ । ସେଥିପାଇଁ ପୂରା ମାହୋଲ ଗରମ ଜଣାପଡୁଛି । ଅନ୍ୟପଟରେ କିଛି ମିଡିଆ ସାଇଟ୍, ନେହାଙ୍କ ବିବାହ ପରେ ସେ ଗର୍ଭବତୀ ବୋଲି ଢିଲା ପୋଷକ ପିନ୍ଧୁଥିବାର ଚର୍ଚ୍ଚା ହେଉଛି । ଏହି ସବୁ କଥାକୁ ନେଇ ଏପର୍ଯ୍ୟନ୍ତ ନେହା ଏବଂ ଅଙ୍ଗଦ ବେଦୀ ଚୁପ୍ ଥିଲା ବେଳେ, ନେହାଙ୍କ ବାପା ସମ୍ନାକୁ ଆସି ସମସ୍ତଙ୍କ ଆଗରେ ଏହାର ଜବାବ ରଖିଛନ୍ତି ।
ନେହାଙ୍କ ପିତା ପ୍ରଦୀପ ଧୁପିଆଙ୍କ କହିବାର ଥିଲା କି, ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା କଥା ସଂପୂର୍ଣ୍ଣ ଗୁଜବ ଅଟେ । ଦୁଇ ପରିବାରର ସହ ମତିରେ ବିବାହ ହୋଇଛି । ପିଲା ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ । ସେଥିପାଇଁ ଆଉ ଡେରି କ’ଣ ପାଇଁ । ବିବାହ ତାରିଖ ବାହାର କରି ବିବାହ କାର୍ଯ୍ୟ ସଂପର୍ଣ୍ଣ କରିଦେଲୁ । ଏହାବ୍ୟତୀତ ଏବେ ପ୍ରବଳ ଗରମ ହେଉଛି ସେଥିପାଇଁ ନେହା ଢିଲା ପୋଷାକ ପିନ୍ଧୁଛନ୍ତି ।