ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ହେଉଛି ଭାଲେଣ୍ଟାଇନ୍ ଡେ ମାନେ ପ୍ରେମର ଦିବସ । ଏହି ଦିବସକୁ ପ୍ରେମୀଯୁଗଳ ଖୁବ୍ ଆନନ୍ଦର ସହିତ ପାଳନ କରୁଛନ୍ତି । ଏହାସହିତ ପ୍ରେମିକ ଓ ପ୍ରେମିକା ମାନେ ତାଙ୍କ ଭାଲେଣ୍ଟାଇନଙ୍କୁ ବିଭିନ୍ନ ପ୍ରକାରର ସର୍ପରାଇଜ୍ ଦେଉଛନ୍ତି । ଇତି ମଧ୍ୟର ବଲିଉଡ କଣ୍ଠଶିଳ୍ପୀ ନେହା କକ୍କଡଙ୍କୁ ତାଙ୍କ ନୂଆ ଭାଲେଣ୍ଟାଇନ୍ ମିଳିଯାଇଛନ୍ତି । ଯାହାକୁ କେବେ ବି ନେହା ବିଶ୍ୱାସ କରିନଥିଲେ ।
ହିମାଂଶ କୋହଲିଙ୍କ ସହ ବ୍ରେକଅପ୍ ପରେ ନେହା ପୂରା ଡିପ୍ରେସନକୁ ପଳାଇଥିଲେ । ଏପରିକି ଦୁହେଁ ଦୁହିଁଙ୍କୁ ଅନଫଲୋ ମଧ୍ୟ କରିଦେଇଥିଲେ । ହିମାଂଶଙ୍କ ସହିତ ଥିବା ସମସ୍ତ ଫଟୋକୁ ନେହା ତାଙ୍କ ସୋସିଆଲ ମିଡିଆରୁ ଉଡାଇ ଦେଇଥିଲେ । ଏହି ଦୁଃଖରୁ ବାହାରକୁ ବାହାରିବା ପାଇଁ ନେହାଙ୍କୁ ଅନେକ ସମୟ ଲାଗିଯାଇଥିଲା । ଏହାପରେ ନେହା ସିଙ୍ଗଲ ରହିବାର ଫାଇଦା ବିଷୟରେ କହିଥିଲେ ।
ଏବେ ନେହା ସିଙ୍ଗଲ ଅଛନ୍ତି । ସେ କେବେ ବି ବିଶ୍ୱାସ କରିନଥିଲେ ଯେ ତାଙ୍କୁ ଭାଲେଣ୍ଟାଇନ୍ ର ଏହି ଖାସ୍ ଅବସରରେ ସର୍ପରାଇଜ୍ ମିଳିବ । ନେହା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଜଣେ ପୁଅ ପ୍ରପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଆଣଣ୍ଠୁ ମାଡି ତଳେ ବସି ନେହାଙ୍କୁ ଫୁଲ, ଗିଫ୍ଟ ଏବଂ କାର୍ଡ ଦେଇ ପ୍ରେମ ନିବେଦନ କରୁଛନ୍ତି ।
ସେହି ଫ୍ୟାନ୍ସଙ୍କ ଫୁଲ ବୁକେକୁ ନେହା ଗ୍ରହଣ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ନେହା ସେହି ବ୍ୟକ୍ତିଙ୍କୁ ହଗ୍ କରି ଚୂମ୍ବନ ମଧ୍ୟ ଦେଇଛନ୍ତି । ଭିଡିଓରେ ନେହା ଖବ୍ ଖୁସି ଥିବାର ଦେଖାଯାଉଛନ୍ତି ।
ଗତ କିଛି ଦିନ ତଳେ ନେହା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ନେହା ଲେଖିଥିଲେ କି, ଡିଅର ମିଡିଆ..ଆମ ବ୍ରେକଅପ୍ ଖରାପ ଭାବେ ହୋଇନି କି ଆମ ଭିତରେ ସମ୍ପର୍କ ଖରାପ ନଥିଲା । ଆପଣ କାହା ଉପରେ ଦୋଷ ଲଗାନ୍ତୁ ନାହିଁ । ବ୍ରେକଅପ୍ ହେବା ପଛରେ କାହାରି ବି ଭୁଲ୍ ନାହିଁ ବୋଲି ମୋତେ ଲାଗୁଛି । ହୋଇପାରେ ଭଗବାନଙ୍କୁ ଆମ ସମ୍ପର୍କ ପସନ୍ଦ ନଥିଲା । ଏଭଳି କଥା କହି ନକରାତ୍ମକ କଦାପି ଖେଳାନ୍ତୁ ନାହିଁ । ଭଲ କଥା କୁହନ୍ତୁ ଏବଂ ସକରାତ୍ମକ ଖେଳାନ୍ତୁ ।