ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଆଶିକ୍ ଗର୍ଲ ଶ୍ରଦ୍ଧା କପୁର ଗତବର୍ଷ ସାଇନା ନେହୱାଲାଙ୍କ ବାୟୋପିକ ର ସୁଟିଂ ଆରମ୍ଭ କରିଥିଲେ । ସେଥିପାଇଁ ଶ୍ରଦ୍ଧା ଟେନିଙ୍ଗ ମଧ୍ୟ ନେଇଥିଲେ । କିନ୍ତୁ କିଛି ଦିନ ସୁଟିଂ କରିବା ପରେ ଡେଙ୍ଗୁ ରୋଗର ଶିକାର ହୋଇଥିଲେ ଶ୍ରଦ୍ଧା, ଯେଉଁଥିପାଇଁ ତାଙ୍କୁ ଫିଲ୍ମରୁ ବ୍ରେକ୍ ନେବାକୁ ପଡିଥିଲା ।
ଏହାସହିତ ଶ୍ରଦ୍ଧା ସୁସ୍ଥ ହେବା ପରେ ଅପ୍ରିଲ ମାସରେ ପୁର୍ନବାର ଫିଲ୍ମର ସୁଟିଂ କରିବେ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ଏବେ ଶୁଣିବାକୁ ମିଳୁଛି କି ଅମୋଲ ଗୁପ୍ତାଙ୍କ ନିର୍ଦ୍ଦେଶନା ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ସ୍ଥାନ ପରିଣିତି ଚୋପ୍ରା ନେବେ । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଭୂଷଣ କୁମାର ଅଛନ୍ତି ।
ସୂଚନା ମୁତାବକ, ଶ୍ରଦ୍ଧା କପୁର ତାଙ୍କର ଡାଏଟ ସିଡ୍ୟୁଲ ପାଇଁ ଏଭଳି ନିଷ୍ପତି ନେଇଛନ୍ତି । ସେ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଛିଛୋରେ’ ଏବଂ ‘ଷ୍ଟ୍ରିଟ୍ ଡ୍ୟାନ୍ସର’ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି । କେବଳ ଏତିକି ନୁହେଁ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହିତ ତାଙ୍କ ଫିଲ୍ମ ‘ସାହୋ’ ଅଗଷ୍ଟ ମାସରେ ରିଲିଜ୍ ହେବାକୁ ଯାଉଛି । ଏହାସହିତ ସେ ଟାଇଗର ଶ୍ରଫ୍ ଙ୍କ ସହିତ ‘ବାଗୀ ୩’ ରେ ନଜର ଆସିବେ ।