ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାଙ୍କ ପରାକ୍ରମ ପ୍ରତି ଶୁଭକାମନା ଜଣାଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଭାରତୀୟଙ୍କ ପକ୍ଷରୁ ତାଙ୍କ ଟ୍ରୋଲ କରାଯାଇ ନାହିଁ ବରଂ ପାକିସ୍ତାନୀ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ପ୍ରିୟଙ୍କାଙ୍କ ଏହି ପ୍ରସଙ୍ଗକୁ ନେଇ ସଯୁକ୍ତ ରାଷ୍ଟ୍ର ସଂଘ ଏବଂ ୟୁନିସେଫ୍ କୁ ଟ୍ୟାଗ କରି ପାକିସ୍ତାନୀ ୟୁଜର୍ସ ଅନଲାଇନ୍ ମାଧ୍ୟମାରେ ଏକ ପିଟିସନ୍ ଆରମ୍ଭ କରିଦେଇଛନ୍ତି ।
UNICEF: Priyanka Chopra doesn’t deserve to be UN’s Goodwill Ambassador – Sign the Petition! https://t.co/Jv0Gxs2y1f via @UKChange
— Tahira Khan (@TahiraKhan84) February 27, 2019
ପ୍ରକୃତରେ ପ୍ରିୟଙ୍କାଙ୍କୁ ୟୁନିସେଫ୍ ର ଗୁଡୱିଲ ଆମ୍ବାସାଡାର ପଦରୁ ହଟା ଯିବା ପାଇଁ ଏବେ ପାକିସ୍ତାନରେ ଏକ ପିଟିସନ୍ ସାଇନ୍ କରାଯାଉଛି, ଯେଉଁଥିରେ ଦୁଇ ହଜାରରୁ ଅଧିକ ଲୋକ ସାଇନ୍ କରି ସାଇଲେଣି । କାରଣ ତାଙ୍କ ମତରେ ପ୍ରିୟଙ୍କା ଶାନ୍ତିର କଥା କହୁ ନାହାନ୍ତି ।
ପିଟିସନ୍ ରେ କୁହାଯାଇଛି କି , ‘ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏଥିରେ କେବଳ ଟ୍ରାଜେଡି ହିଁ ହେବ । ୟୁନିସେଫ୍ ର ବ୍ରାଣ୍ଡଆମ୍ବାସାଡାର ହିସାବରେ ପ୍ରିୟଙ୍କା ଚୋପ୍ରାଙ୍କୁ ଭାରତୀୟ ବାୟୁସେନାଙ୍କ ସପକ୍ଷରେ ଟ୍ୱିଟ୍ କରିବାର ନଥିଲା । ଅଭିନେତ୍ରୀଙ୍କୁ ଶାନ୍ତି ଏବଂ ନିଷ୍ପକ୍ଷତା ରପରିଚୟ ଦେବା ଜରୁରୀ ଥିଲା । ତାଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ୍ ଭୁଲ୍ ଅଟେ । କାରଣ ସେ ୟୁନିସେଫ୍ ବ୍ରାଣ୍ଡଆମ୍ବାସାଡାର । ଏବେ ସେ ଏହି ପଦ ପାଇଁ ଯୋଗ୍ୟ ନୁହେଁ ।’
ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଭାରତୀୟ ଯବାନ ସହୀଦ ହୋଇଥିଲେ । ଏହାର ଠିକ୍ ୧୨ ଦିନ ପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନର ଆତଙ୍କୀ ଶିବିରକୁ ଉଡାଇ ଦେଇଥିଲେ । ଯେଉଁଥିରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଏହାପରେ ଲୋକେ ବାୟୁସେନାର ସଫଳତା ପାଇଁ ଖୁସି ଜାହିର କରିବା ସହିତ ଶୁଭକାମନା ଜଣାଇଥିଲେ ।
ସେହିପରି ପ୍ରିୟଙ୍କା ମଧ୍ୟ ଯବାନଙ୍କ ବୀର ପଣିଆକୁ ସଲାମ ଜଣାଇ ଏକ ଟ୍ୱିଟ୍ କରିଛନ୍ତି । ଯାହାପରେ ପାକିସ୍ତାନୀ ୟୁଜର୍ସ ରାଗି ଯାଇଛନ୍ତି । ମାତ୍ର ଏନେଇ ପ୍ରିୟଙ୍କା କୌଣସି ମତ ରଖି ନାହାନ୍ତି । ୟୁନିସେଫର ବ୍ରାଣ୍ଡଆମ୍ବାସାଡାର ହେବା ପୂର୍ବରୁ ସେ ଜଣେ ଭାରତୀୟ । ଜଣେ ଭାରତୀୟ ଭାବେ ଯବାନଙ୍କୁ ସଲାମ ଜଣାଇଛନ୍ତି ।