ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ବରିଷ୍ଠ ଅଭିନେତା ତଥା ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କର ଆଜି ସକାଳୁ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସିନେମା ଜଗତଠାରୁ ଆରମ୍ଭ କରି ରାଜନୀତି ଜଗତର ପ୍ରତ୍ୟେକ ବ୍ୟକ୍ତି ଶୋକ ପ୍ରକାଶ କରୁଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦିଲ୍ଲୀପଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଦିଲ୍ଲୀପଙ୍କ ନିଧନ ସାଂସ୍କୃତିକ ଦୁନିଆ ପାଇଁ ଏକ ଅପୁରଣୀୟ କ୍ଷତି । ଏହାସହିତ ଦିଲ୍ଲୀପଙ୍କ ପତ୍ନୀ ସାୟରା ବାନୁଙ୍କ ସହିତ ଫୋନ ଯୋଗେ କଥା ହୋଇ ତାଙ୍କୁ ସମବେଦନା ଜଣାଇଛନ୍ତି ।