ମୁମ୍ବାଇ (ଏଟିଆର ବ୍ୟୁରୋ): ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ସାରା ଦେଶର ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଥିଲେ । ମୋଦିଙ୍କ ଅପିଲ ପରେ ଭିନ୍ନ ଭିନ୍ନ ବର୍ଗର ଲୋକ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବହିଷ୍କାର କରୁଛନ୍ତି । ସେପଟେ ଏହି ପ୍ରଚାରକୁ ବଲିଉଡରୁ ଅନେକ ସଂଖ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଛନ୍ତି । ଫିଲ୍ମ ‘କୁଲି ନଂ ୧’ ର ସେଟ୍ ରେ ବି ପ୍ଲାଷ୍ଟିକ ବ୍ୟବହାରକୁ ବହିଷ୍କାର କରାଯାଇଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରଶଂସା କରିଛନ୍ତି ।
ଫିଲ୍ମ କୁଲି ନଂ ୧ ର ସେଟ୍ ରେ ବରୁଣ ଧୱନ,ସାରା ଅଲ୍ଲୀ ଖାନ୍, ଡେବିଡ ଧୱନ ସମେତ ଫିଲ୍ମ ର ପୂରା କ୍ରିଉ ସଦସ୍ୟ ପୂରା ସେଟ୍ କୁ ପ୍ଲାଷ୍ଟିକ ଫ୍ରିି କରିଦେଇଛନ୍ତି । ସେଟ୍ରେ ପାଣି ପିଇବା ପାଇଁ ସେମାନେ ପ୍ଲାଷ୍ଟିକ ବୋତଲ ବଦଳରେ ଷ୍ଟିଲ ବୋତଲ ବ୍ୟବହାର କରିଛନ୍ତି । ଏହାସହିତ ଫିଲ୍ମ ସେଟ୍ ର କ୍ରିଉ ସଦସ୍ୟଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରଚାରକୁ ସମର୍ଥନ କରୁଛନ୍ତି ବୋଲି କୁହାଯାଇଛି ।
ଏହାପରେ ଏହାକୁ ପ୍ରଶଂସା କରି ମୋଦି ଲେଖିଛନ୍ତି କି , ଏହା କୁଲି ନଂ ୧ ଟିମ୍ ର ଜବରଦସ୍ତ ପ୍ରୟାସ । ଏହା ଦେଖିକି ମୋତେ ଖୁସି ଲାଗୁଛି କି ଫିଲ୍ମ ଇଣ୍ଡଷ୍ଟ୍ରି ବି ଭାରତକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ କରାଇବା ପାଇଁ ନିଜର ଯୋଗଦାନ ଦେଉଛି ।
Superb gesture by the team of #CoolieNo1! Happy to see the film world contributing towards freeing India from single use plastic. https://t.co/bPXFgHz2I4
— Narendra Modi (@narendramodi) September 12, 2019
ଏହାପୂର୍ବରୁ ବରୁଣ ଧୱନ ଫିଲ୍ମ ସେଟ୍ ର ଏହି ଫଟୋ ପୋଷ୍ଟ କରି ଲେଖିଥିଲେ କି ଦେଶକୁ ପ୍ଲାଷ୍ଟିକ ଫ୍ରି କରିବା ଆମର ଆଜିର ଆବଶ୍ୟକତା । ଯେଉଁଥିପାଇଁ ଆମ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପ୍ରଚାର ପାଇଁ ଆମେ ସମସ୍ତେ ଏକ ଯୋଗଦାନ ଦେଇ ପାରିବା । ଫିଲ୍ମ କୁଲି ନଂ ୧ ସେଟ୍ରେ କେବଳ ଷ୍ଟିଲ ବୋତଲ ବ୍ୟବହାର କରାଯିବ ।
ଫିଲ୍ମ କୁଲି ନଂ ୧ ସେଟ୍ ଏବେ ପୂରା ପ୍ଲାଷ୍ଟକ ଫ୍ରି ହୋଇଯାଇଛି । ଏନେଇ ସେପ୍ଟମ୍ବର ୧ରେ ଫିଲ୍ମ ପ୍ରଯୋଜକ ଦୀପଶିଖା ଦେଶମୁଖ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପରେ ଫିଲ୍ମର କ୍ରିଉ ମେମ୍ବର ସେଟ୍ କୁ ସମ୍ପୂର୍ଣ୍ଣ ପ୍ଲାଷ୍ଟକ ମୁକ୍ତ କରବା ପାଇଁ ନିଷ୍ପତି ନେଇଛନ୍ତି ।