ମୁମ୍ବାଇ (ଏଟିଆର ବ୍ୟୁରୋ): ଏବେ ଚାରିଆଡେ ଛାଇ ହୋଇଛନ୍ତି ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଏବେ ଗ୍ଲୋବାଲ ଷ୍ଟାର ହୋଇଛନ୍ତି । ସାରା ଦେଶରେ ପ୍ରିୟଙ୍କାଙ୍କ ଲୋକପ୍ରିୟତା ରହିଛି । ଗତବର୍ଷ ସେ ହଲିଉଡର ନିକ୍ ଜୋନସଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ଆହୁରୀ ବଢି ଯାଇଛି । ନିକଟରେ ପ୍ରିୟଙ୍କା ଏକ ମ୍ୟାଗାଜିନ୍ ପାଇଁ ଫଟୋ ସୁଟ୍ କରିଛନ୍ତି । ଏହି ମ୍ୟାଗାଜିନ୍ ର ନାଁ ରହିଛି ‘ଇନଷ୍ଟାଇଲ ମ୍ୟାଗାଜିନ୍’ । ଏଥିପାଇଁ ପ୍ରିୟଙ୍କା ସେମିନ୍ୟୁଡ ମେକଓଭରକୁ ଆପଣାଇଛନ୍ତି । ଏଥିରେ ପ୍ରିୟଙ୍କା ଖୁବ୍ ସେକ୍ସି ଏବଂ ହଟ୍ ଦେଖା ଯାଉଛନ୍ତି ।
ସବୁଠାରୁ ଖାସ୍ କଥା ହେଉଛି ଏହି ଫଟୋସୁଟ୍ ପାଇଁ ପ୍ରିୟଙ୍କା ଶାଢୀ ପସନ୍ଦ କରିଛନ୍ତି । ଶାଢୀରେ ତାଙ୍କର ହଟ୍ ଅବତାର ଦେଖିବାକୁ ମିଳିଛି । ଏହି ଫଟୋ ସୁଟ୍ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଘିଅ ରଙ୍ଗର ଶାଢୀକୁ ବିନା ବ୍ଲାଉଜରେ ପିନ୍ଧିବା ସହ ପିଠିକୁ ଦେଖାଉଛନ୍ତି ।
ଫଟୋସୁଟ୍ ରେ ପ୍ରିୟଙ୍କା ଖାଲି ଶାଢୀ ପିନ୍ଧିଥିବାରୁ ତାଙ୍କୁ ୟୁଜର୍ସଙ୍କ ଦ୍ୱାରା ଖୁବ୍ ଟ୍ରୋଲ ହେବାକୁ ପଡୁଛି । ଏଥିରେ ସେ ଡିଜାଇନର ତରୁଣ ତହିଲାନିଙ୍କ ଡିଜାଇନିଂ ଶାଢୀ ପିନ୍ଧିଛନ୍ତି । ବିଦେଶରେ ରହି ଦେଶୀ ପରମ୍ପରା ଆପଣାଇଥିବାରୁ ଗୋଟେପଟେ ଲୋକେ ପ୍ରିୟଙ୍କାଙ୍କର ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ସେ ବିନା ବ୍ଲାଉଜରେ ଶାଢୀ ପିନ୍ଧି ଫଟୋସୁଟ୍ କରୁଥିବାରୁ ଟ୍ରୋଲ ମଧ୍ୟ ହୋଇଛନ୍ତି ।