ମୁମ୍ବାଇ (ଏଟିଆର ବ୍ୟୁରୋ): ନିକଟରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ପତ୍ନୀ ମେହେରଙ୍କୁ ଛାଡପତ୍ର ଦେଇଥିଲେ । ଦୀର୍ଘ ୨୦ ବର୍ଷର ବୈବାହିକ ସଂପର୍କରେ ଥାଇ ମଧ୍ୟ ଦୁଇ ଜଣଙ୍କୁ ଅଲଗା ହେବାକୁ ପଡିଥିଲା । ଛାଡପତ୍ରକୁ ନେଇ ସେମିତି କୌଣସି କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅର୍ଜୁନ ରାମପାଲଙ୍କ ଜୀବନରେ ଆଉ ଏକ ନାଁ ଯୋଡି ହେବାର ଶୁଣିବାକୁ ମିଳୁଛି ।
ମିଡିଆ ରିପୋର୍ଟ ଅନୁସାରେ , ଆଜିକାଲି ଅର୍ଜୁନ ରାମପାଲଙ୍କ ବନ୍ଧୁତା ‘ଡିଜେୱାଲା ବାବୁ’ ଗୀତରେ ନିଜ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରିଥିବା ଅଭିନେତ୍ରୀ ଏବଂ ଡ୍ୟାନ୍ସର ନତାଶା ଷ୍ଟେନକୋବିକଙ୍କ ସହ ଅଧିକ ବଢିଗଲାଣି । ନତାଶା, ଅର୍ଜୁନ ଙ୍କ ଫିଲ୍ମ ‘ସତ୍ୟାଗ୍ରହ’ ଏବଂ ‘ଡ୍ୟାଡି’ରେ ନିଜର ଜଲୱା ଦେଖାଇ ସାରିଛନ୍ତି ।
ନତାଶା ଏବଂ ଅର୍ଜୁନ ଦୁହେଁ ଫିଲ୍ମ ସତ୍ୟାଗ୍ରହରେ ପ୍ରଥମେ ଦେଖା ହୋଇଥିଲା । ତାପରଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଛି ।