ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରାୟତଃ ଅନେକ ଲୋକଙ୍କର ସାଧାରଣ ସମସ୍ୟା ପାଲଟିଛି ଅଣ୍ଟାବିନ୍ଧା । ସେ ଛୋଟ ପିଲା ହେଇଥାନ୍ତୁ ଅବା ବୟସ୍କ । ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି ଏହି ସମସ୍ୟା । ଖାଦ୍ୟଶୈଳୀ ଏବଂ ହାଡ ଦୁର୍ବଳ ହେବା ଯୋଗୁଁ ଏହି ସମସ୍ୟା ହୋଇପାରେ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ପରେ ଆପଣ ଅଣ୍ଟାବିନ୍ଧା ସମସ୍ୟାରୁ ମୁକ୍ତି ପାଇପାରିବେ ।
– ଯଦି ଆପଣଙ୍କ ଅଣ୍ଟା ବିନ୍ଧା ହେଉଛି ତେବେ ଗୋଟେ କପ୍ ପାଣିରେ ୨ ରୁ ୩ଟି ତୁଳସୀ ପତ୍ର ପକାଇ ଫୁଟାନ୍ତୁ । ତାପରେ ସେହି ପାଣିରେ ସାମାନ୍ୟ ଲୁଣ ପକାଇ ପିଅନ୍ତୁ ।
– ଗୋଟେ ଗ୍ଲାସ ଗରମ ଖୀରରେ ମହୁ ପକାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ଅଣ୍ଟା ବିନ୍ଧାରୁ ଆରାମ ମିଳିବ ।
– ନିୟମିତ ଅଦା, ଲବଙ୍ଗ ଏବଂ ଗୋଲମରିଚ ପକାଇ ଚା’ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଅଣ୍ଟା ବିନ୍ଧା ସମସ୍ୟା ଦୂର ହେବ ।