ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କ ଚୋପ୍ରା ନିକଟରେ ଆକାଶ ଅମ୍ବାନୀଙ୍କ ବାହାଘର ପାର୍ଟିରେ ପହଁଚିଥିଲେ । ଏହି ଖାସ୍ ଅବସରରେ ପ୍ରିୟଙ୍କା ତାଙ୍କ ମା’ ମଧୁ ଚୋପ୍ରା ଭାଇ ଙ୍କ ସହିତ ନଜର ଆସିଥିଲେ । ପ୍ରିୟଙ୍କା ତାଙ୍କ ଭାଇଙ୍କ ରୋକା ସେରୋମୋନି, ଅମ୍ବାନୀ ପରିବାରର ପାର୍ଟି ଏବଂ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ସିଡୁଲକୁ ଶେଷ କରି ଏବେ ବିଦେଶ ଫେରି ଯାଇଛନ୍ତି । ଇତି ମଧ୍ୟରେ ପ୍ରିୟଙ୍କାଙ୍କୁ ନେଇ ଏକ ନୂତନ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ପ୍ରିୟଙ୍କା ବିଦେଶ ଯିବା ପୂର୍ବରୁ ମୁମ୍ବାଇର ହସ୍ପିଟାଲକୁ ଯାଇଥିଲେ ।
ବିଳମ୍ବିତ ରାତିରେ ପ୍ରିୟଙ୍କା ତାଙ୍କ ମା’ ମଧୁ ଚୋପ୍ରାଙ୍କ ସହ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ ଯାଇଥିଲେ । ପ୍ରକୃତରେ ସେ ନିଜ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ନୁହେଁ ବରଂ ତାଙ୍କ ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ ଯାଇଥିଲେ । ଏହାର କିଛି ଦିନ ପୂର୍ବରୁ ପ୍ରିୟଙ୍କା ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା । ପ୍ରକୃତରେ ଏକ ଇଭେଣ୍ଟ ଫଟୋରେ ପ୍ରିୟଙ୍କାଙ୍କ ପେଟ ଫୁଲିକି ଥିଲା ଭଳି ଲାଗୁଥିଲା । ଏହି ଫଟୋକୁ ଦେଖିଲା ପରେ ପ୍ରିୟଙ୍କା ଗର୍ଭବତୀ ଥିବାର ଖବର ସାମ୍ନାକୁ ଆସିଥିଲା । ଏହି ଖବର ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହୋଇଥିଲା କିନ୍ତୁ ଏନେଇ ପ୍ରିୟଙ୍କା ଏବଂ ନିକ୍ କୌଣସି ବୟାନ ଦେଇନଥିଲେ । ମାତ୍ର ଏହି ମାମଲାକୁ ନେଇ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ସ୍ପଷ୍ଟିକରଣ ରଖିଥିଲେ ।
ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦି ସ୍କାଇ ଇଜ୍ ଫିଙ୍କ୍’ ମହିଳାମାନଙ୍କ ଉପରେ ଅଧାରି । ଏହି ଫିଲ୍ମ ଜରିଆରେ ପ୍ରିୟଙ୍କା ବଲିଉଡକୁ କମବ୍ୟାକ୍ କରୁଛନ୍ତି । ଏଥିରେ ପ୍ରିୟଙ୍କାଙ୍କ ବ୍ୟତିତ ଜାୟରା ବସିମ୍ ଏବଂ ଫରହାନ୍ ଅଖତର ମୁଖ୍ୟ ଭୂମିକାରେ ନଜର ଆସିବେ ।