ମୁମ୍ବାଇ (ଏଟିଆର ବ୍ୟୁରୋ): ଆଗାମୀ ଫିଲ୍ମ ‘ଦି ସ୍କାଇ ଇଜ୍ ପିଙ୍କ୍’ର ଏକ ସିନ୍ ପାଇଁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍ ଅଖତର୍ ଙ୍କୁ କଡା ଚେତାବନୀ ଦେଇଛି ମହାରାଷ୍ଟ୍ର ପୋଲିସ ।
ନିକଟରେ ଫିଲ୍ମ ‘ଦି ସ୍କାଇ ଇଜ୍ ପିଙ୍କ’ର ଟ୍ରେଲର ରିଲିଜ୍ ହୋଇଥିଲା । ଯାହା ମହାରାଷ୍ଟ୍ର ପୋଲିସ ନଜରକୁ ଆସିଥିଲା । ଯେଉଁଥିରେ ଫରହାନଙ୍କୁ ପ୍ରିୟଙ୍କା କହୁଛନ୍ତି କି ତାଙ୍କ ଝିଅ ଆୟଶାର ସ୍ୱାସ୍ଥ୍ୟ ଠିକ୍ ହୋଇଯିବା ପରେ ସେ ବ୍ୟାଙ୍କ ଲୁଟିବେ । ଏହାପରେ ମହାରାଷ୍ଟ୍ର ପୋଲିସ ଟ୍ୱିଟ୍ କରି କହିଛନ୍ତି କି, ‘ଆଇପିସି ଧାରା ୩୯୩ ଅନୁଯାୟୀ ଜରିମାନା ସହିତ ସାତବର୍ଷ ଜେଲ’ । ଏହାର ଜବାବରେ ପ୍ରିୟଙ୍କା କହିଛନ୍ତି , ‘ଉପ୍ସ ଧରା ପଡିଗଲେ । ଲାଗୁଛି ପ୍ଲାନ ବି ଅନୁଯାୟୀ କାମ କରିବାକୁ ପଡିବ ।’ ସେହିପରି ଫରହାନ୍ ମଜାକରେ କହିଛନ୍ତି କି , ଲୁଟ୍ ଯୋଜନା କେବେ କ୍ୟାମେରାରେ କରିବ ନାହିଁ ।
Seven years imprisonment with fine under IPC Section 393 #ColoursOfLaw #TheSkyIsPink @priyankachopra @FarOutAkhtar pic.twitter.com/0lTGrY0uZS
— Maharashtra Police (@DGPMaharashtra) September 10, 2019
Oops 🙊🙈 caught red handed… time to activate Plan B @FarOutAkhtar!#TheSkyIsPink 💓 https://t.co/bvyPgFM6gi
— PRIYANKA (@priyankachopra) September 10, 2019
ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବରେ ଏକ କୋଟିରୁ ଅଧିକ ଥର ଲୋକ ଦେଖି ସାରିଲେଣି । ଫିଲ୍ମଟି ଏକ ଦାମ୍ପତ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । ତାଙ୍କର ଏକ ଝିଅ ମଧ୍ୟ ରହିଛି , ଯିଏ ଏକ ଗମ୍ଭୀର ରୋଗରେ ପୀଡିତ । ଏହି ଫିଲ୍ମରେ ଜାଇରା ୱାସିମ୍ ବି ନଜର ଆସିବେ