ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ନିକ୍ ଜୋନ୍ସଙ୍କର ଥିଲା ୨୬ତମ ଜନ୍ମ ଦିବସ । ଏହି ଅବସରରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏକ ନିଆରା ଢଙ୍ଗରେ ନିକ୍ ଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ଆପଣମାନେ ନିଶ୍ଚିନ୍ତ ଭାବୁଥିବେ ଯେ ସେ ନିଆରା ଢଙ୍ଗଟା କ’ଣ ହୋଇପାରେ । ଆଜ୍ଞା ହଁ ପ୍ରିୟଙ୍କା ତାଙ୍କ ବିଦେଶୀ ବଏଫ୍ରେଣ୍ଡଙ୍କୁ କୌଣସି ଫୁଲ ଗୁଛା ବା ଉପହାର ଦେଇ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ନଥିଲେ, ବରଂ ସେ ହଜାର ହଜାର ଲୋକ ସାମ୍ନାରେ ନିକ୍ ଙ୍କୁ କିସ୍ କରି ଶୁଭକାମନା ଜଣାଇଥିଲେ ।
ପ୍ରକୃତରେ, ନିକ୍ ତାଙ୍କ ଜନ୍ମ ଦିନରେ ଏକ ଷ୍ଟେଜ୍ ସୋ’ କରୁଥିଲେ । ଏହି ସମୟରେ ପ୍ରିୟଙ୍କା ଅଚାନକ୍ ଷ୍ଟେଜ୍ ଉପରକୁ ଆସି ତାଙ୍କୁ ସରପ୍ରାଇଜ୍ ଦେଇଥିଲେ । ତାପରେ ନିକ୍ ଷ୍ଟେଜ୍ ଉପରେ କାଟି ଦୁହେଁ ଦୁହିଁଙ୍କୁ ଖୁଆଇ ଥିଲେ । ସେଠାରେ ନିକ୍ ଭାଇ ଜୋଏ ଜୋନ୍ସ ମଧ୍ୟ ଉପସ୍ଥିତ ଥିଲେ ।
କେବଳ ଏତିକି ନୁହେଁ ପ୍ରିୟଙ୍କା ସମସ୍ତଙ୍କ ସାମ୍ନାରେ ନିକ୍ ଙ୍କୁ କିସ୍ କରିଥିଲେ । ତାପରେ ସେଠାରେ ଥିବା ସବୁ ଲୋକ ଚିଲାଇବା ସହ ତାଳି ମାରିଥିଲେ ।
ଖବରମୁତାବକ, ଚଳିତ ବର୍ଷ ଅଗଷ୍ଟ ୧୮ ରେ ପ୍ରିୟଙ୍କ ଏବଂ ନିକ୍ ଦୁହେଁ ପୂରା ରିତୀ ନୀତି ରେ ରୋକା କରିଥିଲେ । ଯେଉଁଥିରେ ଦୁହିଁଙ୍କର ପରିବାର ଉପସ୍ଥିତ ଥିଲେ । ଡିସେମ୍ବର ମାସଚ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି ।