ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ଅଭିନେତା ରଣବୀର ସିଂଙ୍କ ମଧ୍ୟରେ ସର୍ବଦା ଭଲ ବନ୍ଧୁତା ଦେଖିବାକୁ ମିଳିଥାଏ । କିନ୍ତୁ ଦୁହିଁଙ୍କ ମଧ୍ୟରେ ଏବେ ଖିଟ୍ ପିଟ୍ ହୋଇଥିବା ଶୁଣିବାକୁ ମିଳିଛି । କେବଳ ଏତିକି ନୁହେଁ ଫିଲ୍ମରେ ଆଲିୟାଙ୍କ ସହ ରଣବୀର କାମ କରିବେ ନାହିଁ ବୋଲି ସଫା ମନା କରିଦେଇଛନ୍ତି ।
ପ୍ରକୃତରେ ଫିଲ୍ମ ‘ଇଂଶାଅଲ୍ଲାହ’ପରେ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ଆଲିୟା ଭଟ୍ଟଙ୍କୁ ନେଇ ଫିଲ୍ମ ‘ଗଙ୍ଗୁବାଇ’ ନିର୍ମାଣ କରୁଛନ୍ତି । ଏହି ଫିଲ୍ମରେ ସେ ଅଭିନେତା ଭାବେ ରଣବୀର ସିଂଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ରଣବୀର ସିଂ ଏହି ଫିଲ୍ମରେ କାମ କରିବା ପାଇଁ ସିଧା ମନା କରିଦେଇଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଫିଲ୍ମ ‘ଗଙ୍ଗୁବାଇ’ ରେ ଆଲିୟାଙ୍କ ବିପରୀତରେ ରଣବୀର ସିଂଙ୍କ ନେବାକୁ ଚାହୁଁଥିଲେ ଭଂସାଲି । ଏଥିପାଇଁ ସେ ରଣବୀର ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କିନ୍ତୁ କୌଣସି କାରଣରୁ ରଣବୀର ଏଥିପାଇଁ ମନା କରିଦେଇଛନ୍ତି । ଏହାପରେ ରଣବୀର ସିଂ ଉପରେ ରାଗିଯାଇଛନ୍ତି ।
ସୂଚନଯୋଗ୍ୟ, ସଞ୍ଜୟ ଲିଲା ଭଂସାଲି ପ୍ରଥମେ ଆଲିୟା ଭଟ୍ଟ ଏବଂ ସଲମାନ୍ ଖାନ୍ ଙ୍କୁ ନେଇ ଫିଲ୍ମ ‘ଇଂଶାଅଲ୍ଲାହ’ ନିର୍ମାଣ କରିଥାନ୍ତେ କିନ୍ତୁ କୌଣସି କାରଣ ଯୋଗୁଁ ଏହି ଫିଲ୍ମ ନିର୍ମାଣ ହୋଇପାରିଲା ନାହିଁ । ଏହାପରେ ସେ ‘ଗଙ୍ଗୁବାଇ’ ନିର୍ମାଣ କରିବାର ନିର୍ଣ୍ଣୟ ନେଇଛନ୍ତି ।