ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଜଣେ ନାମୀ ଦାମୀ ସୁପରଷ୍ଟାର ହେଉଛନ୍ତି ସଲମାନ୍ ଖାଁ । ମାତ୍ର ସଲମାନ୍ ଙ୍କ ପିତା ସଲିମ୍ ଖାଁ ସର୍ବଦା ଲାଇମ ଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । କିଛି ଦିନ ପୂର୍ବେ ସଲିମ ଖାଁ ତାଙ୍କ ତିନି ପୁଅଙ୍କ ସହିତ ‘ଦି କପିଲ ଶର୍ମା’ ସୋ’ରେ ନଜର ଆସିଥିଲେ । ଏହି ସୋ’ରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନୀ ସମ୍ବନ୍ଧୀୟ ଅନେକ କଥା ସେୟାର କରିଥିଲେ ।
ନିକଟରେ ସଲିମ ଖାଁ ନିଲେଶ ମିଶ୍ରାଙ୍କ ଚାଟ୍ ସୋ’ ରେ ପହଁଚିଥିଲେ । ସେଠାରେ ସେ ଏଭଳି ଅନେକ କଥା ସେୟାର କରିଛନ୍ତି ଯାହା ବିଷୟରେ ଲୋକେ କିଛି ବି ଜାଣି ନାହାନ୍ତି । ପ୍ରକୃତରେ, ସଲିମ ଖାଁ ଏବଂ ସଲମାନ୍ ଖାଁ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଅନେକ ଏଭଳି କଥା ସେୟାର କରିଥିଲେ ।
ସଲିମ୍ ଖାଁ କହିଥିଲେ କି , ଯେତେବେଳେ ସଲମାନଙ୍କୁ ଜେଲ ହୋଇଥିଲା ସେହି ସମୟରେ ତାଙ୍କୁ ପାଣି ପିଇବା ଏବଂ ଏସି ଚଲାଇବାରେ ବହୁତ କଷ୍ଟ ହେଉଥିଲା । ପ୍ରକୃତରେ ଆକ୍ସିଡେଣ୍ଟ କେସ୍ ରେ ସଲମାନ୍ ଙ୍କୁ ୧୮ ଦିନ କାଳ ଜେଲ ହୋଇଥିଲା ।
ଆମେ ପାଣି ପିଇବା ବେଳେ ଏବଂ ଏସି ଚଲାଇବାରେ ମଧ୍ୟ କଷ୍ଟ ଅନୁଭବ କରିଥାଉ । ଭାବୁଥିଲୁ କି ସଲମାନ ଥାନାରେ କିଭଳି ଥିବ । ସେ କହିଥିଲେ କି ଜେଲରେ ଚଟାଣ ଉପରେ ଏକ ଜରି ପାଲ ପକାଇ ଦେବା ସହ ପାଖରେ ଏକ ପାଣି ବାଲ୍ଟି ରଖି ଦିଅନ୍ତି ।
ସଲମାନଙ୍କୁ ନେଇ ସଲିମ୍ ଖାଁ ଏକ କଲମ ମଧ୍ୟ ଲେଖିଥିଲେ । ସଲିମ୍ ଖାଁଙ୍କ କହିବାନୁଯାୟୀ, ଯେତେବେଳେ ମୁଁ ସଲମାନ୍ ଖାଁଙ୍କୁ ଜେଲ୍ ରେ ଦେଖା କରିବା ପାଇଁ ଯାଇଥିଲି । ସେଠାରେ ଲୋକେ କହୁଥିଲେ କି ୩୪୩ କୁ ନେଇଆସ । ତାପରେ ତାଙ୍କୁ ବନ୍ଦ କରିଦିଅ । ପୁଣି କହିଲେ ୩୪୩ ଆସିଗଲେ । ଯେବେ ମୁଁ ପଛକୁ ଅନେଇ ଦେଖିଥିଲି ସେତେବେଳେ ୩୪୩ ଆଉ କେହି ନଥିଲେ ବରଂ ସଲମାନ୍ ଖାଁ ହିଁ ଥିଲେ । ତାପରେ ସଲମାନଙ୍କୁ ଦେଖିବା ପରେ ଲାଗିଲା କି କିଭଳି ନାଁ ନମ୍ବରରେ ପରିଣତ ହୋଇଯାଏ ।
ସଲିମ ଖାଁ ଆହୁରୀ ମଧ୍ୟ କହିଥିଲେ କି , ‘ସଲମାନ୍ ଏଭଳି ଜଣେ ଷ୍ଟାର୍ ଯିଏ ଏକ ଛୋଟିଆ ଫ୍ଲାଟରେ ରୁହନ୍ତି’