ମୁମ୍ବାଇ ( ଏଟିଆର ବ୍ୟୁରୋ): ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ସୋସିଆଲ ମିଡିଆରେ ଦେଇଥିବା ହତ୍ୟା ଧମକକାରୀକୁ ପୋଲିସ୍ ଗିରଫ କରିଛି । ରାଜସ୍ଥାନର ଯୋଧପୁର ପୋଲିସ ଉଭୟକୁ ଗିରଫ କରିଛି । ସୂଚନା ଅନୁଯାଇ,ଏହି ଦୁଇ ଅଭିଯୋଗକାରୀଙ୍କୁ ପୋଲିସ୍ ଏକ କାର ଚୋରୀ କରୁଥିବା ବେଳେ ଗିରଫ କରାଯାଇଛି । ଗିରଫ ହେବା ପରେ ସେମାନଙ୍କୁ ପଚରା ଉଚରା ସମୟରେ ଦୁହେଁ ସ୍ୱୀକାର କରିଥିଲେ କି ସେମାନେ ସଲମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଦେଇଥିଲେ ।
ଏହା କରିବା ପଛରେ ତାଙ୍କର କେବଳ ଶସ୍ତା ଲୋକପ୍ରିୟତା ଥିଲା ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ହିଟ୍ ଆଣ୍ଡ ରନ୍ ମାମଲାରେ ବିଚାର କରିବା ପାଇଁ ଯୋଧପୁର କୋର୍ଟ ସଲମାନଙ୍କୁ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ସୋସିଆ ମିଡିଆରେ ତାଙ୍କୁ ଧମକ ଦେବାପରେ ପୋଲିସର ଯେପରି ନିଦ ହଜିଯାଇଥିଲା ।