ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦେଶ ମାଟିରେ ଇତିହାସ ରଚିଲା ଭାରତୀୟ ସର୍ଟ ଡକ୍ୟୁମେଣ୍ଟ ଫିଲ୍ମ ‘ଦି ଏଲିଫାଣ୍ଟ ହ୍ୱିସପର’ । ଲସ୍ ଆଞ୍ଜେଲସରେ ଆୟୋଜିତ ହୋଇଥିବା ୯୫ତମ ଏକାଡେମୀକ ପୁରସ୍କାରରେ ‘ଦି ଏଲିଫାଣ୍ଟ ହ୍ୱିସପର’ କୁ ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କାଟେଗୋରୀରେ ସମ୍ମାନୀତ କରାଯାଇଛି ।
ଏହାସହିତ ଏହି ଫିଲ୍ମ ପାଇଁ ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଇଛି । ଅନ୍ୟପଟେ ପୁରସ୍କାର ଜିତିବା ପରେ ଖୁସୀ ବ୍ୟକ୍ତି କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଡ୍ୟୁସର ।