ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡଭାନିଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଓପନିଙ୍ଗ ୱିକେଣ୍ଡ ପରେ ବକ୍ସ ଅଫିସରେ ସଂଘର୍ଷ ଜାରି ରଖିଛି । ଫିଲ୍ମଟି ବିଶ୍ୱବ୍ୟାପି ୧୦୦ କୋଟି ରୁ ଅଧିକ ଆୟ କରିସାରିଲାଣି । ସେହିପରି ଘରୋଇ ବକ୍ସଅଫିସରେ ମଧ୍ୟ ୭୦ କୋଟିରୁ ଅଧିକ କାରୋବାର କରିଛି । ତେବେ ଆସନ୍ତୁ ଜାଣିବା ଫିଲ୍ମ ରିଲିଜ୍ର ୧୬ ଦିନ ରେ କେତେ ଆୟ କରିଛି । ଫିଲ୍ମଟି ଶୁକ୍ରବାର ୧.୨୦ କୋଟିର ଆୟ କରିଛି । ଏହାପରେ ମୋଟ ଆୟ ୭୩.୬୧ ରେ ପହଁଚିଛି ।
ଫିଲ୍ମଟି ଓପନିଙ୍ଗ ୱିକେଣ୍ଡରେ ଜବରଦସ୍ତ କଲେକ୍ସନ କରିଥିଲା । ଏହାପରେ ଧୀ ଧୀରେ ଆୟରେ ହ୍ରାସ ଘଟୁଛି । ଏହାପରେ ବି ମେକର୍ସଙ୍କ ବିଶ୍ୱାସ ରହିଛି କି ପୁଣି ଥରେ ଆୟ ବୃଦ୍ଧି ହେବ ।