ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ କୁନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରରେ ସେ ମହାଭାରତର ଦ୍ରୌପଦୀ ଲୁକ୍ ରେ ନଜର ଆସିଛନ୍ତି । ଏକ ରେଡିଓ ସୋ’ର ମହାଭାରତରେ ଦ୍ରୌପଦୀ ଚରିତ୍ରରେ ଶିଳ୍ପାଙ୍କ ସ୍ୱର ଶୁଣିବାକୁ ପାଇବେ ଶ୍ରୋତା । ଫିବର ଏଫଏମର ନୂଆ ରେଡିଓ ସୋ’ଯାହା ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସକାଳ ୭ଟାରେ ଏବଂ ଦିନ ଗୋଟେ ବେଳେ ପ୍ରସାରିତ ହେବ ।
ପୋଷ୍ଟଟି ସେୟାର କରି ଶିଳ୍ପା ଲେଖିଛନ୍ତି କି , ଆଉ ଏକ ନୂତନ ଚରିତ୍ରରେ ଅଭିନୟ କରିବା ପାଇଁ ବହୁତ ଉତ୍ସାହିତ ଅଛି । ଏଥରକ କେବଳ ମୋତେ ଶୁଣନ୍ତୁ । ଶିଳ୍ପାଙ୍କ ବ୍ୟତୀତ ଶତୃଘ୍ନ ସିହ୍ନା, ବିବେକ ଓବୋରାୟ,ସଞ୍ଜୟ ଦତ୍ତ ଏବଂ ଶକ୍ତି କପୁରଙ୍କ ଭଳି କଳାକାରଙ୍କୁ ଶୁଣିବାକୁ ପାଇବେ ଏହି ସୋ’ରେ ।
ଏହି ପ୍ରୋଜେକ୍ଟକୁ ନେଇ ଶକ୍ତି କପୁର ଏକ ସାକ୍ଷାତକାରରେ କହିଛନ୍ତି କି, କେବଳ ସ୍ୱର ମାଧ୍ୟମରେ ଏହି ସୋ କେତେ ଲୋକଙ୍କ ପାଖରେ ପହଁଚିବ ସେ ନେଇ ମୁଁ ଆଶ୍ଚର୍ଯ୍ୟ ଥିଲି ।
Excited to announce another role. Yet another time where you can hear me and love me but on the radio as #Draupadi in the epic Mahabharat. Tune into @FeverFMOfficial and get introduced to the #Mahabharat yet again.. in a different flavour, Mon-Fri, 7 AM and 1 PM pic.twitter.com/IU3HFyDVyJ
— SHILPA SHETTY KUNDRA (@TheShilpaShetty) October 9, 2018