ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନର ରିଏଲିଟି ସୋ’ ‘ବିଗ୍ ବସ୍’ ପରେ ଏବେ ‘ନଚ୍ ବଲିୟେ’ ରେ କ୍ରିକେଟର ଶ୍ରୀସନ୍ଥଙ୍କୁ ଅଫର୍ ମିଳିଛି, କିନ୍ତୁ ସେ ଏପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତି ନେଇ ନାହାନ୍ତି । କାରଣ ମ୍ୟାାଚ୍ ଫିକ୍ସିଂ ମାମଲାରେ ମିଳିଥିବା ଦଣ୍ଡ ଉପରେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ର ଆଦେଶକୁ ଶ୍ରୀସନ୍ତ ଅପେକ୍ଷା କରିଛନ୍ତି ।
ଶ୍ରୀସନ୍ଥ କହିଛନ୍ତି କି, ‘ହଁ ଏହି ସୋ’ ପାଇଁ ନିର୍ମାତା ମୋତେ ପଚାରିଛନ୍ତି , କିନ୍ତୁ ମୁଁ ଏବେ ବି ଏନେଇ ବିଚାର କରୁଛି । ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନେଇ ନାହିଁ କାରଣ ମୁଁ ବିସିସିଆଇ ର ନିର୍ଣ୍ଣୟକୁ ଅପେକ୍ଷା କରିଛି । କେତେବେଳେ ବି ବିସିସିଆଇ ର ନିର୍ଣ୍ଣୟ ଆସିପାରେ ଏବଂ ନଚ୍ ବଲିୟେ ସୋ’ ପାଖାପାଖି ୩ ରୁ ୪ ମାସ ଚାଲିବ । ସେଥିପାଇଁ ମୋ ପାଇଁ ଏବେ କାହାରିକୁ ବି ସମୟ ଦେବା କଠିନ ।’
ଏହାପୂର୍ବରୁ ଶ୍ରୀସନ୍ଥ ରିଏଲିଟି ସୋ’ ଝଲକ ଦିଖ୍ ଲାଜା, ଖତରୋଂ କି ଖିଲାଡି ଭଳି ସୋ’ ରେ କାମ କରି ସାରିଛନ୍ତି ।
ବର୍ଷ ୨୦୧୩ ରେ ଭାରତୀୟ ପ୍ରିମିୟମ ଲିଗ୍ (ଆଇପିଏଲ) ରେ ମ୍ୟାଚ୍ ଫିକ୍ସିଂ ପାଇଁ ବିସିସିଆଇ ଦ୍ୱାରା ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ଆଜୀବନୀ ପ୍ରତିବନ୍ଧକକୁ ଗତ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ହଟା ଯିବା ସହ ତାଙ୍କ ଦଣ୍ଡ ଉପରେ ପୁର୍ନବିଚାର କରିବା ପାଇଁ ବୋର୍ଡକୁ କୁହାଯାଇଥିଲା ।