ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ପାଇଁ ଖାସ୍ ମାସ ହେଉଛି ଜୁଲାଇ ମାସ । ଏହି ମାସରେ ବଲିଉଡର ଦୁଇ ବଡ ବଡ କଳାକାରଙ୍କ ଫିଲ୍ମ ପରଦାକୁ ଆସିଛି । ଜୁଲାଇ ୧୨ ରେ ହ୍ରିତିକ ରୋଶନଙ୍କ ଫିଲ୍ମ ସୁପର ୩୦ ରିଳିଜ୍ ହୋଇଥିଲା । ଏହାପରେ ଜୁଲାଇ ୨୬ରେ କଙ୍ଗନା ରଣାୱତଙ୍କ ଫିଲ୍ମ ଜଜମେଂଟଲ ହୈ କ୍ୟା ପରଦାକୁ ଆସିଥିଲା ।
ଏହି ଦୁଇଟି ଫିଲ୍ମର ଲିଡ୍ ରୋଲରେ ଥିବା ଦୁଇ କଳାକାରଙ୍କ ବିଷୟରେ ଫ୍ୟାନ୍ସମାନେ ପୂରା ଅବଗତ । ଦୁଇ ଷ୍ଟାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ପରେ ପ୍ରଥମ ଥର ଦୁହିଁଙ୍କ ଫିଲ୍ମ ଗୋଟେ ମାସରେ ପରଦାକୁ ଆସିଛି ।
ଇତିମଧ୍ୟରେ ଫିଲ୍ମ ଆୟ ଖୁବ୍ ଦମଦାର ରହିଛି । ଏଥିରେ ହ୍ରିତିକ୍ ରୋଶନ କଙ୍ଗନାକୁ ପଛରେ ପାକଇ ଦେଇଛନ୍ତି । ହ୍ରିତିକଙ୍କ ସୁପର ୩୦ ଏପର୍ଯ୍ୟନ୍ତ ଖୁବ୍ ଭଲ ଆୟ କରୁଛି । ମାତ୍ର ହ୍ରିତିକ୍ ଠାରୁ ଟିକେ ପଛରେ ରହିଯାଇଛନ୍ତି କଙ୍ଗନା । ତେବେ ଆସନ୍ତୁ ନଜର ପକାଇବା ଦୁଇ ହିଟ୍ ଷ୍ଟାରଙ୍କ ଫିଲ୍ମର ପ୍ରଥମ ସପ୍ତାହର ଆୟ ବିଷୟରେ ।
ସୁପର ୩୦ ର ବକ୍ସ ଅଫିସ ଆୟ: ପ୍ରଥମ ଦିନ ମାନେ ଜୁଲାଇ ୧୨ ରେ ୧୧.୮୩ କୋଟି । ଜୁଲାଇ ୧୩ ରେ ୧୮.୧୯ କୋଟି,ଜୁଲାଇ ୧୪ ରେ ୨୦ କୋଟି, ଜୁଲାଇ ୧୫ ରେ ୬.୯୨ କୋଟି, ଜୁଲାଇ ୧୬ ରେ ୬.୩୯ କୋଟି, ଜୁଲାଇ ୧୭ ରେ ୬.୧୬ କୋଟି । ସାତ ଦିନ ମଧ୍ୟରେ ସର୍ବମୋଟ ୬୯ କୋଟି ଟଙ୍କା ଆୟ କରିପାରିଛି ।
ଜଜମେଂଟଲ ହୈ କ୍ୟା: ପ୍ରଥମ ଦିନ ମାନେ ଜୁଲାଇ ୨୬ ରେ ୫ କୋଟି ୪୦ ଲକ୍ଷ, ଜୁଲାଇ ୨୭ ରେ ୮ କୋଟି ୨ ଲକ୍ଷ, ଜୁଲାଇ ୨୮ରେ ୮ କୋଟି ୬୨ ଲକ୍ଷ, ଜୁଲାଇ ୨୯ରେ ୭ କୋଟି, ଜୁଲାଇ ୩୦ରେ ୫ କୋଟି, ଅଗଷ୍ଟ ୧ ରେ ୨ କୋଟି । ସାତ ଦିନ ମଧ୍ୟରେ ସର୍ବମୋଟ ୩୬.୨୨ କୋଟି ଆୟ କରି ପାରିଛି ।
ସେପଟେ ୬ଟି ରାଜ୍ୟରେ ସୁପର ୩୦ କୁ ଟ୍ୟାକ୍ସ ଫ୍ରି କରାଯାଇଛି । ଏହି ଫିଲ୍ମଟି ବିହାରର ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଆନନ୍ଦଙ୍କ ଭୂମିକାରେ ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିଛି । ଫିଲ୍ମଟିକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।
ସେହିପରି ଜଜମେଂଟଲ ହୈ କ୍ୟା ରେ ବବି ଭୂମିକାରେ କଙ୍ଗନା ନଜର ଆସିଛନ୍ତି । ଫିଲ୍ମଟି ଏକ ଥ୍ରିଲର ବେସ କାହାଣୀ ଉପରେ ଆଧାରିତ ।