ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସଞ୍ଜୟ ଲୀଳା ଭଂସାଳୀଙ୍କ ଫିଲ୍ମ ‘ଗଙ୍ଗୁୱାଇ କାଠିୟାୱାଡି’ ରିଲିଜ୍ ପୂର୍ବରୁ ସୁପ୍ରିମ କୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି । ଫିଲ୍ମ ରିଲିଜ ଉପରେ ରୋକ ଲଗାଉଥିବା ପିଟିସନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରାଯାଇଛି । ଜଷ୍ଟିସ ଇନ୍ଦିରା ବାନାର୍ଜି ଏବଂ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ପୀଠ ଫିଲ୍ମ ଗଙ୍ଗୁୱାଇ କାଠିୟାୱାଡିର ରିଲିଜକୁ ଗ୍ରୀନ ସିଗନାଲ ଦେଇଛନ୍ତି ।
ଗଙ୍ଗୁୱାଇ କାଠିୟାୱାଡି ଟାଇଟାଲ ଉପରେ ଆପତ୍ତି ଜତାଇ ଏହି ଟାଇଟଲକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଯାଇଥିଲା । ଏହାକୁ ନେଇ ଫିଲ୍ମ ନିର୍ମାତା କହିଥିଲେ କି ଶେଷ ମୁହୂର୍ତ୍ତରେ ନାମ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ଅବଶ୍ୟ ବୁଧବାର ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ସଞ୍ଜୟ ଲୀଳା ଭଂସାଳୀଙ୍କୁ ଟାଇଟେଲ ପରିବର୍ତ୍ତନ କରିବାକୁ କହିଥିଲେ ।